ଓଡିଶା

odisha

ETV Bharat / videos

ମୈଦାନରେ ପ୍ରଶାନ୍ତ ଜଗଦେବ, ଘର ଘର ବୁଲି ଭୋଟ ମାଗୁଛନ୍ତି ପତ୍ନୀ - SWAGATIKA JAGDEV CAMPAIGN

By ETV Bharat Odisha Team

Published : May 20, 2024, 5:33 PM IST

Election Campaign In Khordha Assembly: ଖୋର୍ଦ୍ଧା: ଆସନ୍ତା 25 ତାରିଖରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ନିର୍ବାଚନ । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ଦିନ ରାତି ଏକ କରି ଭୋଟ ହାତେଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ସେହିଭଳି ନିର୍ବାଚନ ପ୍ରଚାର କାର୍ଯ୍ୟରେ କେବଳ ପ୍ରାର୍ଥୀ ନୁହେଁ ବରଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ଖରାକୁ ଖାତିର ନକରି ସ୍ୱାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବ ।

ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଗୁରୁଜଙ୍ଗ ଅଞ୍ଚଳରେ ଡହ ଡହ ଖରାରେ ସ୍ୱାମୀଙ୍କ ପାଇଁ ପ୍ରଚାର ଜୋରଦାର କରିଛନ୍ତି ସ୍ଵାଗତିକା । କେବଳ ସ୍ଵାଗତିକା ନୁହନ୍ତି ବରଂ ତାଙ୍କ ସହ ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର, ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା କୁନୀ ଲତା ସ୍ବାଇଁଙ୍କ ସହ ବହୁ ମହିଳା ସାମିଲ ହୋଇ ଯୋଡି ଫୁଲରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । ଲୋକଙ୍କ ଆସ୍ଥା ଜିତିବା ପାଇଁ କେନ୍ଦ୍ର ସରକାର ଓ ସାଂସଦଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଫଳତାକୁ କହି ପରିବର୍ତ୍ତନ ଧାରାରେ ସାମିଲ ହୋଇ ପଦ୍ମ ଫୁଲରେ ଭୋଟ ଦେବାକୁ କହି ପୁସିଂ କାର୍ଡ ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେଇ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧା ଗଡରୁ କିଏ ଯିବ ବିଧାନସଭା ? ଜୋରଦାର ଲଢେଇ ଦେଖିବେ ଜନତା - Odisha Assembly Election 2024

ଲୋକଙ୍କ ଉତ୍ସାହକୁ ଦେଖି ଆମ ଉପରେ ଖରାର ପ୍ରଭାବ ପଡୁନି ବୋଲି ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ କହିବା ସହ ସମସ୍ତ ଜନସାଧାରଣ ଆସନ୍ତା 25 ତାରିଖରେ ବିପୁଳ ମାତ୍ରାରେ ଭୋଟ ଦେଇ ବିଜେପିକୁ ଜିତାଇବା ପାଇଁ ନିବେଦନ କରିଛନ୍ତି । ସେପଟେ ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର କହିଛନ୍ତି ଯେ, ଏଥର ପ୍ରଶାନ୍ତଙ୍କ ସପକ୍ଷରେ ଜନସାଧାରଣଙ୍କ ସମର୍ଥନ ରହିଛି ଏବଂ ଏଠାରେ ବହୁ ସଚେତନ ଜନସାଧାରଣ ରହିଛନ୍ତି ସେମାନେ ବିକାଶ ସହିତ ରହି ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ବହୁମତ ଦେଇ ବିଜୟୀ କରିବା । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details