ରାଉରକେଲା ବିମାନ ବନ୍ଦର ଏବଂ ରେଳ ଡିଭିଜନକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ସୁର - ରାଉରକେଲା ବିମାନ ବନ୍ଦର
Published : Mar 4, 2024, 2:06 PM IST
Congress MLA targets Government: ରାଉରକେଲା: ସହର ପ୍ରତି ଅବହେଳା କରୁଥିବା ଅଭିଯୋଗ ଆଣି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜଟଣୀ ବିଧାୟକ ସୁର ରାଉତରାୟ । ସହରର ବିମାନ ବନ୍ଦର ପ୍ରତି ଉଭୟ ସରକାର ଅବହେଳା କରିଥିବା ବେଳେ ରେଳ ଡିଭିଜନ ନକରିବା ନେଇ ନିନ୍ଦା କରିଛନ୍ତି ସୁର । ସୁର କହିଛନ୍ତି, ''ରାଉରକେଲାରେ ବିମାନ ବନ୍ଦର ଲାଗି ବହୁ ଦିନରୁ ରାଉରକେଲା ବାସୀଙ୍କ ଆଶା ଥିଲା ଏବଂ ଦାବି ଥିଲା । ବିମାନ ବନ୍ଦର ହୋଇଛି କିନ୍ତୁ ବିମାନ ଉଡାଣ ନିୟମିତ ହେଉନାହିଁ । ବିମାନବନ୍ଦର ସମ୍ପ୍ରସାରଣ ହେଉ ଏବଂ ସୁନ୍ଦରଗଡ଼ ଜିଲ୍ଲା ବାସୀ ଏହାର ଲାଭ ନିଅନ୍ତୁ । ଜିଲ୍ଲାରେ ଖଣିଜ ସମ୍ପଦ ଭରି ରହିଛି 30 ବର୍ଷର ଦାବି ହେଉଛି ରାଉରକେଲା ରେଳ ଡିଭିଜନ କିନ୍ତୁ ଏଯାଏଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟଙ୍କ ଅବହେଳା ଯୋଗୁଁ ଏଠାରେ ହୋଇ ପାରୁନାହିଁ ରେଳ ଡିଭିଜନ ।''ବହୁ ବାଦ ବିବାଦ ପରେ ଗତବର୍ଷ ହକି ବିଶ୍ୱକପ ସମୟରେ ରାଉରକେଲାରେ ବିମାନ ବନ୍ଦର ସେବା ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଯାଏ ସମ୍ପୂର୍ଣ୍ଣ ରୂପରେ ଏହା କାର୍ଯ୍ୟକ୍ଷମ ହୋଇନାହିଁ । ଦିନେ ବିମାନ ଉଡିଲେ ଦିନେ ନାହିଁ ତେଣୁକରି ଏହି ବିମାନ ବନ୍ଦରକୁ ଉନ୍ନତି ନିମନ୍ତେ କେହି କେନ୍ଦ୍ର ବା ରାଜ୍ୟ ସରକାର ତତ୍ପର ହେଉନଥିବାରୁ ଏହି ଅବହେଳାକୁ ନେଇ ଦୁଇ ସରକାରଙ୍କୁ ନିନ୍ଦିଛନ୍ତି ସୁର ରାଉତରାୟ ।
ଏହା ମଧ୍ୟ ପଢନ୍ତୁ-ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ, ସୁର କହିଲେ 'ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରାହୁଲ'
ଇଟିଭି ଭାରତ, ସୁନ୍ଦରଗଡ