ବାଲୁକା କଳାରେ ଯୁବ ମତଦାତାଙ୍କୁ ମତଦାନ ଲାଗି ସଚେତନତା ବାର୍ତ୍ତା - Sand art for voter awareness
Published : Mar 10, 2024, 1:53 PM IST
ପୁରୀ: ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ବାଲୁକା କଳା ମାଧ୍ୟମରେ ନୂଆ ଭୋଟରଙ୍କୁ ଆହ୍ବାନ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ସେ 'ମେରା ପେହଲା ଭୋଟ୍ ଦେଶ କେ ଲିୟ' ବାର୍ତ୍ତା ଦେଇଛନ୍ତି । ବାଲୁକା କଳାରେ ଏହି ସଚେତନତା ବାର୍ତ୍ତାଟି ଯୁବ ଭୋଟରମାନଙ୍କୁ ଭୋଟ ପ୍ରତି ଆକୃଷ୍ଟ କରିବା ସହ ଦେଶର ନିର୍ବାଚନ ପ୍ରକ୍ରିୟା ଓ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବାରେ ସହାୟ ହେବ ବୋଲି କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ସେ ଉଭୟ ମହିଳା ଓ ପୁରୁଷ ଭୋଟରଙ୍କ ପ୍ରତୀକାତ୍ମକ ଛବିକୁ ସ୍ଥାନିତ କରିଛନ୍ତି । ଏହାର ଉଚ୍ଚତା ପ୍ରାୟ ୧୦ ଫୁଟ୍ ରହିଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏହି ବାଲୁକା ଚିତ୍ରକଳା ନୂଆ ଭୋଟରଙ୍କୁ ସେମାନଙ୍କ ମତାଧିକାର ବିଷୟରେ ସଚେତନ କରିବ ବୋଲି ଆଶା ରଖିଛନ୍ତି ସୁଦର୍ଶନ । ପୁରୀର ନିଳାଦ୍ରୀ ବିଚରେ ଏହି ବାଲୁକା ଚିତ୍ରକଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ ହୋଇଛି ।
ଇଟିଭି ଭାରତ, ପୁରୀ