ଓଡିଶା

odisha

ସଇତାନ ସାଜିଲା ପୁଅ, ବାପାକୁ ହତ୍ୟା ନେଇ ସନ୍ଦେହ, ମଆ ଏବେବି ନିଖୋଜ - Son Killed his Father and Mother

By ETV Bharat Odisha Team

Published : Jun 22, 2024, 10:42 PM IST

Son Killed his Father (ETV Bharat Odisha)

ବାଲେଶ୍ବର: ମଦ ନିଶାରେ ପୁଅ ହୋଇଗଲା ହତ୍ୟାକାରୀ। ଏହିଭଳି ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଅଞ୍ଚଳରୁ ଆସିଛି। ସୂଚନା ଅନୁସାରେ, ଗରସଙ୍ଗ ଗ୍ରାମରେ ପ୍ରଭାକର ବେହେରା ଏବଂ ଚମ୍ପା ବେହେରାଙ୍କ ସମେତ ତାଙ୍କ ପୁଅ ରମେଶ ରହୁଥିଲେ। ଝିଅ ବାହାଘର ପରେ ବାପା ମା ଏବଂ ପୁଅ ଘରେ ରହୁଥିବା ବେଳେ ଅନେକ ସମୟରେ ପୁଅ ରମେଶ ମଦ୍ୟପାନ କରି ବାପା ମାଆଙ୍କୁ ପିଟାପିଟି କରୁଥିଲେ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଏହାରି ଭିତରେ ପ୍ରାୟ 4 ଦିନ ଧରି ଘର ଭିତରେ କାହାର ଶୋର ଶବ୍ଦ ନଶୁଭିବାରୁ ଗ୍ରାମବାସୀ ସନ୍ଦେହ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ପ୍ରଭାକରଙ୍କ ଝିଅକୁ ଯୋଗାଯୋଗ କରିଥିଲେ। ପ୍ରଭାକରଙ୍କ ଝିଅ ମମତା ମଲ୍ଲିକ ଥାନାରେ ବାପା ମାଆ ନିଖୋଜ ଥିବା ରିପୋର୍ଟ କରିଥିଲେ। ଅଭିଯୋଗ ଆଧାରରେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରଭାକରଙ୍କ ଘର ପଛପଟେ ଥିବା ଏକ ବିଲର ଗୋଟିଏ ସ୍ଥାନରେ କୁକୁର ମାନଙ୍କ ଆମ୍ପୁଡ଼ା ଏବଂ ନୂଆ ମାଟି ତଡା ଯାଇ ପୁଣି ପୋତାଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ଉକ୍ତ ସ୍ଥାନରେ ଖୋଳିବା ପରେ ପ୍ରଭାକରଙ୍କ ମୃତଦେହ ସେହିଠାରେ ପୋତା ଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ପ୍ରଭାକରଙ୍କ ସ୍ତ୍ରୀ ମୃତ ନା ଜୀବିତ ସେନେଇ ପାଖରେ ଥିବା ଏକ ପୋଖରୀରେ ଖୋଜାଖୋଜି ଚାଲିଛି। ତେବେ ପୁଅ ବାପା ମାଆଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଖଇରା ଅତିରିକ୍ତ ତହସିଲଦାର, ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। 

ଏହା ମଧ୍ୟ ପଢନ୍ତୁ.. ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ ! - MURDER IN BHUBANESWAR

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details