ଓଡିଶା

odisha

ETV Bharat / videos

ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଶ୍ରୀ ହରିବଳଦେବଜୀଉ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ହେଲା ରଥଟଣା - Shri Shri Hari Baladev jew bije

By ETV Bharat Odisha Team

Published : Jul 10, 2024, 12:45 PM IST


Shri Shri Hari Baladev jew bije  Rath Yatra ରାଇରଙ୍ଗପୁର: ବାରିପଦା ଶ୍ରୀଶ୍ରୀ ହରିବଳଦେବଜୀଉ ବିଜେଙ୍କର ପରମ୍ପରା ଅନୁଯାୟୀ ପାଳନ ହୋଇଯାଇଛି ରଥଯାତ୍ରା । ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ତିନି ଦିଅଁଙ୍କ ରଥ ଜନ୍ମବେଦୀରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରା ଶେଷ ହୋଇଛି ।  ପ୍ରଥମ ଦିନରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଅଧାବାଟରେ ଅଟକିଥିବା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳା ମାନେ ଟାଣି ମାଉସୀମା’ଙ୍କ ମନ୍ଦିର ନିକଟକୁ ପହଞ୍ଚାଇ ଥିଲେ। ଏହାପରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନୀରେ ଲକ୍ଷାଧିକ ଭକ୍ତ ରଥ ଦଉଡିକୁ ଆନନ୍ଦର ସହ ଟାଣି ମାଉସୀ ମା’ଙ୍କ ମନ୍ଦିର ନିକଟରେ ସନ୍ଧ୍ୟା ୬ଟା ୩୦ମିନିଟରେ ପହଞ୍ଚାଇଥିଲେ । 

ଏହାମଧ୍ୟ ପଢନ୍ତୁ.. ଭକ୍ତ ବିସର ମହାନ୍ତି କ୍ଷେତ୍ରରେ ବାସୀ ଗୁଣ୍ଡିଚା, ରଥ ଟାଣିଲେ ଭକ୍ତ - KUJANG RATHA YATRA 2024
 

ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ଭକ୍ତଙ୍କ ସମାଗମ ଯଥେଷ୍ଟ ଅଧିକ ରହିଥିଲା । ଅନୁକୂଳ ପାଗ ସହ ଝିପି ଝିପି ବର୍ଷା ପାଇଁ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା । ପୁଲିସ ଭିଡ଼ ନିୟନ୍ତ୍ରଣ କରିଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ଭଜନ, କୀର୍ତ୍ତନ, ସାଙ୍ଗକୁ ପାନୀୟ ଜଳ ବିତରଣ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଏସପି ଏସ୍ ସୁଶ୍ରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଗଣ ଉପସ୍ଥିତ ରହିଥିଲେ । ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସାରସକଣା ବିଧାୟକ ଭାଦବ ହାଁସଦାଃ, ଉପନଗରପାଳ ସୀମା ଦାସ, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସମେତ ସମସ୍ତ କାଉନସିଲର ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।  ଶାନ୍ତିଶୃଙ୍ଖଳା ସହକାରେ ଓ ଆନନ୍ଦ ଉଲ୍ଲାସରେ ରଥଟଣା କାର୍ଯ୍ୟ ଶେଷ ହୋଇଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details