ଓଡିଶା

odisha

ଠକେଇର ଶିକାର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା, ଏସପିଙ୍କ ପାଖରେ କଲେ ଅପିଲ - Fraud in Kalahandi

By ETV Bharat Odisha Team

Published : Jul 2, 2024, 9:02 PM IST

ଠକେଇର ଶିକାର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା (ETV Bharat Odisha)

ଭବାନୀପାଟଣା: ଠକେଇର ଶିକାର ହେଲେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା । ଲକ୍ଷାଧିକ ଟଙ୍କା ଠକି ନେଇ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି ମହିଳା । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ଛତାବାନ୍ଧୁଗୁଡ଼ା ଗାଁର ପ୍ରାୟ ୫୦ ଜଣ ମହିଳା ୩ଟି ସ୍ଵୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ । ସେହି ଗାଁର ପ୍ରମୋଦ ସାହୁ ଓ ଉଆଁଶି ମାଝୀ ଏହି ମହିଳାମାନଙ୍କୁ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ନାଁରେ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଉଠାଣକରିବା ପାଇଁ ନିବେଦନ କରିଥିଲେ । ନିଜ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଟଙ୍କା ଉଠାଣ କରିବା ପାଇଁ ନେହୁରା ହୋଇଥିଲେ ଓ ସମସ୍ତ ଟଙ୍କା ସେମାନେ ସୁଝିବେ ବୋଲି କହିଥିଲେ । ପରେ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୪୦ ଲକ୍ଷ୍ୟ ଟଙ୍କା ଉଠାଇ ପ୍ରମୋଦ ସାହୁ ଓ ଉଆଁଶି ମାଝୀଙ୍କୁ ଦେଇଥିଲେ । ଉଭୟ କିଛି ମାସ ଠିକ୍ ଠାକ୍ ବ୍ୟାଙ୍କରେ ଟଙ୍କା ପୈଠ କରି ଆସୁଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.. ବଜାରରେ UPI ପେମେଣ୍ଟ କରୁଥିଲେ ହୁସିଆର, ପାସଓ୍ବାର୍ଡ ଉପରେ ନଜର ରଖି ଲୁଟୁଛନ୍ତି ଠକ - UPI Payment Loot

ହେଲେ ଗତ ୪ ମାସ ହେଲା ବ୍ୟାଙ୍କରେ ଟଙ୍କା ପୈଠ ନ କରିବାରୁ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଘରେ ବ୍ୟାଙ୍କ୍ କର୍ମଚାରୀ ପହଞ୍ଚି ଥିଲେ। ପରେ ପ୍ରମୋଦ ସାହୁ ଓ ଉଆଁଶି ମାଝୀ ଫେରାର ମାରିଥିବା ସମସ୍ତେ ଜାଣିବାକୁ ପାଇଥିଲେ । ହେଲେ ବ୍ୟାଙ୍କ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଦାୟୀତ୍ୱରେ ଥିବା ଲୋନ କମ୍ପାନୀର କର୍ମଚାରୀ ଏବେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କରେ ଟଙ୍କା ପାଇଁ ବସି ରହୁଥିବା ବେଳେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏନେଇ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ମହିଳା ମାନେ ଏସପିଙ୍କ ନିକଟରେ ଫେରାଦ ଜଣାଇଛନ୍ତି। ଆଜି ୩ଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ଜିଲ୍ଲା ଏସପିଙ୍କ କାର୍ଯ୍ୟଳୟକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details