ଓଡିଶା

odisha

ETV Bharat / videos

ବାଲୁକା ଚିତ୍ରକଳାରେ ମହାଶିବରାତ୍ରୀ ଶୁଭେଛା - MAHA SHIVRATRI 2025

🎬 Watch Now: Feature Video

By ETV Bharat Odisha Team

Published : Feb 25, 2025, 9:50 PM IST

ପୁରୀ: ରାତି ପାହିଲେ ମହାଶିବରାତ୍ରୀ । ଶୈବପୀଠରେ ଜମିବ ଭକ୍ତଙ୍କ ଗହଳି । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲୁକାକଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ଶିବଙ୍କର ପ୍ରତିମୂର୍ତ୍ତି ସହ ଶିବ ଲିଙ୍ଗ, ଶିବଙ୍କ ବାହନ ସାପ ମଧ୍ୟ ଏଥିରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ ଏହି ବାଲୁକା କଳାରେ ୧୪୪ ଟି କୁମ୍ଭ ସହିତ ୧୪୪ ଟି ଶିବ ଲିଙ୍ଗ ମଧ୍ୟ ରହିଛି। ମହାଶିବରାତ୍ରୀରେ ମହାକୁମ୍ଭ ଶେଷ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସୁଦର୍ଶନ ଏଭଳି ବାଲୁକା କଳା ନିର୍ମାଣ କରିଥିବା କହିଛନ୍ତି। ଏହି ବାଲୁକା କଳାଟିକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ୬ ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ୮ଟନ୍ ବାଲି ବ୍ୟବହୃତ ହୋଇଛି। ତେବେ ସୁଦର୍ଶନଙ୍କ ଏହି ବାଲୁକାକଳା ଦେଖିବା ପାଇଁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମିଥିବା ଦେଖିବାକୁ ମିଳିଛି।  ସାରା ବିଶ୍ଵରେ ଶାନ୍ତି ପାଈଁ ପ୍ରଭୁ ଶିବଙ୍କୁ ପ୍ରାର୍ଥନା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ-ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେବାୟତ ବିବାଦରେ ଯବନିକା, ରାତି 10ଟାରେ ଉଠିବ ମହାଦୀପ - MAHA SHIVRATRI 2025

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details