ଓଡିଶା

odisha

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା, ବାଲୁକା ଚିତ୍ରକଳାରେ ଶାନ୍ତିର ବାର୍ତ୍ତା - Stop Religious Atrocities

By ETV Bharat Odisha Team

Published : Aug 14, 2024, 1:11 PM IST

ବାଲୁକା ଚିତ୍ର କଳାରେ ଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ (ETV Bharat Odisha)

ପୁରୀ: ବାଲୁକା ଚିତ୍ରକଳାରେ ଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ । ଶେଖ ହାସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ । ଏହି ହିଂସା ଏବେ ସାଂପ୍ରଦାୟିକ ହିଂସାର ରୂପ ନେଇଛି । ହିନ୍ଦୁଙ୍କ ମନ୍ଦିର ଭଙ୍ଗାରୁଜା ସହ ହିନ୍ଦୁଙ୍କୁ ଆକ୍ରମଣ କରାଯାଉଛି । ଯାହା ଫଳରେ ବାଂଳାଦେଶ ସଂଖ୍ୟା ଲଘୁ ହିନ୍ଦୁମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଧର୍ମ ଉପରେ ଆକ୍ରମଣକୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କଡ଼ା ନିନ୍ଦା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ପୁରୀର ନିଳାଦ୍ରୀ ବିଚ୍ ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ଧର୍ମ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଶାନ୍ତି ପାଇଁ ଅପିଲ କରିଛନ୍ତି ।

ଏହା ବି ଦେଖନ୍ତୁ- ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଚାଷ; ଶଳା-ଭିଣୋଇ ପାଇଲେ ନୂଆ ପରିଚୟ, ଲକ୍ଷ ଲକ୍ଷ ରୋଜଗାର, ସକାଳୁ ଘାସ ଉପରେ ଚାଲିଲେ ଭଲ ହେବ ବଡ ରୋଗ ! - Khordha Grass Farming

ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ବାଂଲାଦେଶ ରେ ଯେଭଳି ହିନ୍ଦୁ ଙ୍କ ଉପରେ ଆକ୍ରମଣ ହେଉଛି ତାହା ଉପରେ ଆମେ ଏହି ବାଲୁକା ଚିତ୍ରକଳାଟିକୁ ନିର୍ମାଣ କରିଛୁ । ହିନ୍ଦୁ ଧର୍ମ ଉପରେ ଆକ୍ରମଣ ଅତି ନିନ୍ଦନୀୟ । ବାଂଲାଦେଶ ଶାନ୍ତି ବଜାୟ ରହିବା ପାଇଁ ଆମ ବାଲୁକା ଚିତ୍ର କଳାରେ ବାର୍ତ୍ତା ଦେଇଛୁ । ବଙ୍ଗଳାଦେଶରେ ଧର୍ମକୁ ନେଇ ଯେଭଳି ଆକ୍ରମଣ କରାଯାଉଛି ତାହା ଅତି ନିନ୍ଦନୀୟ । ହିଂସା ଦ୍ବାରା କୌଣସି ଲାଭ ହେବ ନାହିଁ ।" କେବଳ ଶାନ୍ତି ଦ୍ଵାରା ହିଁ ସବୁ କିଛି ସଫଳ ହେବ ବୋଲି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।



ସେପଟେ ଏହି ବାଲୁକା ଚିତ୍ର କଳା ଦେଖିବାକୁ ଆସିଥିବା ପିକେ ରାଜୁ ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, ସୁଦର୍ଶନ ପଟ୍ଟନାୟକ ଯେଉଁ ବାଲୁକା ଚିତ୍ରକଳା କରିଛନ୍ତି ତାହା ସ୍ବାଗତ ଯୋଗ୍ୟ। ଏହି ବାଲୁକା ଚିତ୍ରକଳା ମାଧ୍ୟମ ରେ ଶାନ୍ତି ବାର୍ତ୍ତା ଯାଉଚି ସାରା ବିଶ୍ବକୁ । ବାଂଲାଦେଶରେ ଯେଭଳି ହିନ୍ଦୁ ଧର୍ମ ଉପରେ ଆକ୍ରମଣ ଚାଲିଛି ତାହାକୁ ନେଇ ଏହି ବାଲୁକା ଚିତ୍ର କଳା ନିର୍ମାଣ ହୋଇଛି। ବାଂଲାଦେଶ ରେ ଯେଭଳି ହିନ୍ଦୁ ଙ୍କ ଉପରେ ଆକ୍ରମଣ ହେଉଚି ଅତ୍ୟନ୍ତ ଦୁଃଖ ଦାୟକ । ବାଂଲାଦେଶ ସଂଖ୍ୟା ଲଘୁ ଙ୍କ ଉପରେ ଯେଭଳି ଆକ୍ରମଣ ହେଉଛି ତାହା ଠିକ୍ ନୁହେଁ । ତାହା ହେଲେ ହିନ୍ଦୁ କୁଆଡେ ଯିବେ । ଆମେ ସବୁ ଧର୍ମ ର ଲୋକ ଏକ ହୋଇ ରହିବା ଉଚିତ୍। କୌଣସି ଧର୍ମ ସ୍ଥଳୀ ଉପରେ ଆକ୍ରମଣ ହେବା ଉଚିତ୍ ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

...view details