ଓଡିଶା

odisha

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, 3 ରଥର ଦୁଆର ବେଢ଼ା ଓ ପ୍ରଭା ନିର୍ମାଣ ଶେଷ - Ratha Khala Halchal

By ETV Bharat Odisha Team

Published : Jun 30, 2024, 6:23 PM IST

ରଥ ନିର୍ମାଣ କାର୍ଯ୍ୟ (ETV Bharat Odisha)

Ratha Khala Update: ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ଦିନ ରାତି ଲାଗି ପଡିଛନ୍ତି ରଥ ନିର୍ମାଣକାରୀ ସେବକ । ଗତକାଲି ରଥ ଚାଳିରେ ରଥର ପ୍ରଭା ଫ୍ରେମରେ ପଟା ପକାଯିବା କାର୍ଯ୍ୟ ସହ ରଥ ଉପର ବେଦୀ ପ୍ରସ୍ତୁତି ପାଇଁ ରଥ 4 ନାହାକା ଆଗ, ପଛ ଢ଼ମକରେ ୫ ଗୋଟି ଜଗତପୃଷ୍ଠ ଶେଣୀ ପଡ଼ି କଣ୍ଟା ବାଡିଆ ଶେଷ ହୋଇଥିଲ । ପ୍ରଭା ଫ୍ରେମରେ ପଟା ପଡ଼ିବା ଶେଷ ହୋଇଥିଲା । ଆଜି ଉକ୍ତ ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଂ ପରେ ପଲିସ କାର୍ଯ୍ୟ ଶେଷ ହୋଇଛି ।


3 ରଥର ୧୨ଟି ଦୁଆର ବେଢ଼ାରୁ ଦୁଇଟି ଲେଖାଏଁ ଦୁଆର ବେଢ଼ାର ନିର୍ମାଣ ଶେଷ ହୋଇଛି । 3 ରଥର ଆଉ ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହେବା ପରେ ସେଥିରେ ଚନ୍ଦ୍ରଶାଳୀ ଫିଟିଂ ଶେଷ ହୋଇଛି । 3 ରଥର ବେଦୀ ନିର୍ମାଣ ପାଇଁ ଜଗତପୃଷ୍ଠ ଶେଣୀ ପଡ଼ି ଉଭୟ ପାର୍ଶ୍ୱରେ 3ଟି ଲେଖାଏଁ ବାହୁଟ ଫାଳିଆ ବାଡିଆ ଯାଇଛି । ଆଜି ବେଦୀ ଉପରେ ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଥିବା ବେଳେ ବେଦୀ ଉପରେ ସିଂହାସନ ଖଞ୍ଜା ବାକି ରହିଛି । ରୂପକାର ସେବକମାନେ 3 ରଥର ମୋଟ ୨୪ଟି ନାଟ ଗୋଡ଼ରୁ ୧୮ଟି ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ କରିଛନ୍ତି । ବାକି ୬ଟି ନାଟ ଗୋଡ଼ର ରାହୁ ରୂପ ଖୋଦେଇ କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ କରି ରଥ ପଟା ଗୁଜ ଗୁଡିକରେ ନର ବିରାଳ, ସିଂହ ବିରାଳ ଏବଂ ଗଜ ବିରାଳ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଚିତ୍ରକାର ସେବକମାନେ ଆଜି 3 ରଥର ନାଟଗୋଡ ଗୁଡିକରେ ପ୍ରାଇମାର୍ ଦେବାପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିସହ ପାର୍ଶ୍ଵ ଦେବାଦେବୀ ମୂର୍ତ୍ତି ଗୁଡିକର ରଙ୍ଗ କାର୍ଯ୍ୟ ସହ 3ରଥର ଚକ, ଗୁଜ ଗୁଡିକରେ ରଙ୍ଗ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାଖଉଛି ରଥଯାତ୍ରା; ରଥନିର୍ମାଣ କାମରେ ନିମଗ୍ନ ସେବାୟତ - Rath Yatra 2024


ଦରଜୀ ସେବକମାନେ ତିନି ରଥର ୨୪ଟି ବତା କନାରେ ୭୨ଟି ବିଳାସ ପଟି ଲାଗି ଶେଷ କରି ତିନି ରଥର ୧୨ ଗୋଟି ଦୁଆର ବେଢ଼ା ପାଇଁ କନା କଟିଂ ପରେ ସେଥିରେ ଲେସ୍‌, ଚିକଣ ସିଲଭର ଜରିରେ ଫୁଲ ଡାଳି ପକାଇ ଦୁଆର ବେଢ଼ା କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । 3 ରଥର ଧୂଳି ଦଣ୍ଡା ଏବଂ ରଥରେ ଶୁଆ ସେଟିଂ ପାଇଁ ନରାଜ ନିର୍ମାଣ ଶେଷ କରି, 3 ରଥର ସାରଥି ବାଗିଆ କଣ୍ଟା ଏବଂ ସାରଥି ଚାନ୍ଦି କଣ୍ଟା ନିର୍ମାଣ ସହ ପ୍ରଭା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details