ଓଡିଶା

odisha

ETV Bharat / videos

ଅଭଙ୍ଗ ରଥରେ ମାଉସୀମା ଘରକୁ ଯାତ୍ରା କଲେ ବଡ଼ ଠାକୁର - Rath Yatra In Boudh

By ETV Bharat Odisha Team

Published : Jul 7, 2024, 11:06 PM IST

Rath Yatra In Boudh: ବୌଦ୍ଧ: ବଜ୍ର କ୍ଷେତ୍ରରେ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ଏଠାରେ ପୂଜା ପାଉଥିବା ଚତୁର୍ଦ୍ଧା ବିଗ୍ରହ ସମ୍ପୂର୍ଣ୍ଣ ନିଆରା । ଏଠାରେ ରଥଯାତ୍ରାରେ ବ୍ୟବହୃତ ରଥର ନିର୍ମାଣ ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଏହାଛଡା ଶିଶୁମାନଙ୍କର ରଥ ଛୁଆଁ ପର୍ବ ବି ବେଶ ନିଆରା । ଆନନ୍ଦ ଉଲ୍ଲାସର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ୭୦ରୁ ଊର୍ଦ୍ଧ୍ବ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି । 

ଏହା ବି ପଢନ୍ତୁ...ପାତାଳୀ ଶ୍ରୀକ୍ଷେତ୍ର ଓ ଶୈଳ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ, ଶ୍ରଦ୍ଧାଳୁ ଟାଣିଲେ ବିଶ୍ବନିୟନ୍ତାଙ୍କ ରଥ - Rath Yatra 2024

ଜିଲ୍ଲାର ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ଚତୁର୍ଦ୍ଧା ବିଗ୍ରହ ଦୁର୍ଲଭ ଚନ୍ଦନ କାଠରେ ନିର୍ମାଣ ହୋଇଥାଏ । ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ଭାବରେ ପରିଚିତ ବୌଦ୍ଧର ରଥ ଅଭଙ୍ଗ ହୋଇଥିବାବେଳେ ଏହାର ଉପର ରଥ ସମ୍ପୂର୍ଣ୍ଣ ଭାବରେ ଘୂର୍ଣ୍ଣାୟମାନ । ଏହି ବୃହତ ରଥର ସହିତ ପୋଡାପୋଡାର ହରିଗୁଡିର ଛୋଟ ରଥକୁ ମହିଳା ଶ୍ରଦ୍ଧାଳୁମାନେ ଟାଣି ନେଇଥିଲେ । ଏହି ଅବସରରେ ବୌଦ୍ଧର ନବ ନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ଘୋଷଯାତ୍ରାରେ ଯୋଗଦେଇ ବଡ଼ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details