ଓଡିଶା

odisha

କାରୁଣ୍ଡ କ୍ଷେତ୍ରରେ ଗଡିଲା କାଳିଆ ରଥ, ଶ୍ରୀଜିଉଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ - rath yatra 2024

By ETV Bharat Odisha Team

Published : Jul 9, 2024, 10:46 AM IST

RATH YATRA CELEBRATED IN KALAHANDI (ETV BHARAT ODISHA)

ଭବାନୀପାଟଣା: କାରୁଣ୍ଡ କ୍ଷେତ୍ରରେ ପାଳିତ ହୋଇଯାଇଛି ରଥଯାତ୍ରା । ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ କଢେଲ ଗାଁରେ ରଥଯାତ୍ରା ପାଳିତ ହୋଇଛି । ଘଣ୍ଟଘଣ୍ଟା ଶଙ୍କନାଦରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ । ସବୁଠି ଗୋଟିଏ ଦିନରେ ରଥଯାତ୍ରା ପାଳିତ ହେଉଥିବା ବେଳେ ଏଠାରେ ରଥ ଯାତ୍ରାର ପରଦିନ ଘୋଷଯାତ୍ରା ଅନୁଷ୍ଟିତ ହୋଇଥାଏ। ପ୍ରଥମ ଦିନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିବା ବେଳେ ରଥଯାତ୍ରା ପରଦିନ ରଥଟଣା କାର୍ଯ୍ୟ ଅନୁଷ୍ଟିତ ହୋଇଥାଏ । ପରମ୍ପରା ଅନୁଯାୟୀ ଗାଁର ମୁଖିଆ ଅର୍ଥାନ୍ତା ଗନ୍ତିଆ ଆସି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ପରେ ଛେରାପହଁରା କରାଯାଇତିଲା । ଏହାପରେ ରଥଟମା ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ ରଥକୁ ଟାଣିନେଇଥିଲେ । ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । କିମ୍ବଦନ୍ତୀ ଅନୁଯାୟୀ ୧୯୮୫ ମସିହାରେ ବିଷ୍ଣୁ ମୋହନ ଦାସ ନାମକ ଜଣେ ସାଧୁ ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ କଢେଲ ଗାଁ ନିକଟ ଜଙ୍ଗଲ ରେ ରହି ସେଠାରେ ଗ୍ରାମବାସୀଙ୍କ ସହଯୋଗ ରେ ଏକ ମନ୍ଦିର ନିର୍ମାଣ କରି ପ୍ରଥମ ଥର ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା ପୂର୍ବକ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ସେବେ ଠାରୁ ଏଟାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।  

ଏହା ମଧ୍ୟ ପଢନ୍ତୁ-ଭଦ୍ରକର ନିଆରା ରଥଯାତ୍ରା; ପ୍ରଥମେ ବାହାରିଲା ନନ୍ଦିଘୋଷ, ଶୁଭଦ୍ରାଙ୍କ ରଥ ଟାଣିଲେ ମହିଳା - Charitaraf Rath yatra 2024

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details