ଓଡିଶା

odisha

By ETV Bharat Odisha Team

Published : Jan 28, 2024, 8:08 AM IST

ETV Bharat / videos

ବିଲୁପ୍ତ ଶାଗୁଣା ଉଦ୍ଧାର, ପ୍ରାଥମିକ ଚିକିତ୍ସା ପରେ ପଠାଗଲା ନନ୍ଦନକାନନ

Rare Vulture Rescued: ଫୁଲବାଣୀ: ଉଦ୍ଧାର ହେଲା ବିଲୁପ୍ତ ଶାଗୁଣା । ଅସୁସ୍ଥତା କାରଣରୁ ଉଡ଼ିପାରୁ ନଥିଲା ଶାଗୁଣା । ଗତକାଲି ସକାଳୁ ବିଲୁପ୍ତ ବିରଳ ଶାଗୁଣା ଉଦ୍ଧାର କରିଛି ଫିରିଙ୍ଗିଆ ଜଙ୍ଗଲ ବିଭାଗ l ସୂଚନା ମୁତାବକ, ସକାଳୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଟେଲାପାଲି ଗ୍ରାମ ନିକଟରେ ଏହି ଶାଗୁଣାକୁ ଦେଖିଥିଲେ ଲୋକେ । ଦେହ ଅସୁସ୍ଥତା କାରଣରୁ ସେ ସେଠାରୁ ଉଡ଼ି ପାରୁନଥିଲା l ତେବେ ଗ୍ରାମବାସୀ ତାକୁ ଦେଖିବା ପରେ ଫିରିଙ୍ଗିଆ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ଜଙ୍ଗଲ ବିଭାଗ ଟିମ ଯାଇ ଏହି ବିରଳ ଶାଗୁଣାକୁ ଉଦ୍ଧାର କରିଥିଲେ । ଶାଗୁଣାଟି ଅସୁସ୍ଥ ଥିବାରୁ ଫୁଲବାଣୀ ପଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ l ବର୍ତ୍ତମାନ ଶାଗୁଣାଟିର ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି l ତେବେ ଏହି ବିରଳ ଶାଗୁଣାକୁ ନନ୍ଦନକାନନକୁ ପଠାଇଥିବା ସୂଚନା ଦେଇଛନ୍ତି ଫୁଲବାଣୀ ବନ ଅଧିକାରୀ ପ୍ରଶାନ୍ତ ପଟେଲ ।  

ଏହା ମଧ୍ୟ ପଢ଼ନ୍ତୁ... 2 ଟଙ୍କାରେ ବି ବିକ୍ରି ହେଉନି ଫୁଲ କୋବି, ଗାଈ ମୁହଁରେ ପକାଇଲେ ଚାଷୀ

ଇଟିଭି ଭାରତ, କନ୍ଧମାଳ 

ABOUT THE AUTHOR

...view details