ଓଡିଶା

odisha

39 ବର୍ଷରେ ପାଦ ଦେଲେ ରାମଚରଣ, ସପରିବାର କଲେ ତିରୁପତିଙ୍କ ଦର୍ଶନ - RAM CHARAN BIRTHDAY

By ETV Bharat Odisha Team

Published : Mar 27, 2024, 12:34 PM IST

Ram Charan Birthday

Ram Charan Birthday: ହାଇଦ୍ରାବାଦ: ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବଙ୍କ ପୁଅ ରାମ ଚରଣ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଲୋକପ୍ରିୟ ତଥା ସଫଳ ଅଭିନେତା ଅଟନ୍ତି । ସେ ଆଜି ରାମଚରଣ ତାଙ୍କ 39ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତା ସପରିବାର ସହ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାମଚରଣ ଏକ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଉପାସନା ରାନୀ ଗୋଲାପୀ ରଙ୍ଗର ଏକ ଶାଢୀ ପନ୍ଧିଥିବାର ନଜର ଆସିଛନ୍ତି । ଏହି କପଲ ଗତକାଲି ରାତିରେ ତିରୁପତିଙ୍କ ଦର୍ଶନ କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ଆରଆରଆର ଅଭିନେତାଙ୍କ ଫଟୋ ସେୟାର କରି ଫ୍ୟନ୍ସସମାନେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅନେକ ଫିଲ୍ମ ତାରକା ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଫ୍ୟାନ୍ସଙ୍କୁ ରାମ ଚରଣଙ୍କ ହୋଲି ଭେଟି, ଘୋଷଣା କଲେ ନୂଆ ଫିଲ୍ମ - RC17

ABOUT THE AUTHOR

...view details