ଓଡିଶା

odisha

ETV Bharat / videos

ରାଜଧାନୀରେ ମୋଦିଙ୍କ ରୋଡ ସୋ', କେତେ ଉତ୍ସାହିତ ଜନତା ? - PM Modi Road Show

By ETV Bharat Odisha Team

Published : May 10, 2024, 8:22 PM IST

PM Modi Road Show: ଭୁବନେଶ୍ବର: ଆଉ କିଛି ସମୟରେ ଅପେକ୍ଷା । ରାଜଧାନୀ ଭୁବନେଶ୍ବରରେ ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଖୁବ ଉତ୍ସାହିତ ଜନତା । ରାଜ୍ୟର କୋଣ ଅନୁକୋଣରୁ ଆସି ଭୁବନେଶ୍ବରରେ ଜମା ହୋଇଛନ୍ତି ସମର୍ଥକ । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟର ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ' କେତେ ପ୍ରଭାବ ପକାଇବ, ସେନେଇ ଆମେ ଏକାଧିକ ଜନତାଙ୍କର ପ୍ରତିକ୍ରିୟା ନେଇଥିଲୁ । ସେମାନଙ୍କ କହିବା କଥା, ଓଡ଼ିଶାରେ ଦୀର୍ଘ ବର୍ଷ ଧରି ବିଜେଡି ସରକାରର ଶାସନ ଚାଲିଛି । ସାରା ଦେଶ ଭଳି ଏଥର ଓଡ଼ିଶାରେ ମଧ୍ୟ ମୋଦି ହାୱା ବହୁଛି । ତେଣୁ ମୋଦିଙ୍କ ଏହି ରୋଡ ସୋ' କିଛି ପ୍ରଭାବ ପକାଇବ ନିଶ୍ଚିତ । ଓଡ଼ିଶାରେ ସରକାର ଗଢିବା ପାଇଁ ଭାରତୀୟ ଜନତା ପାର୍ଟି ସ୍ବତନ୍ତ୍ର ଫୋକସ ରଖିଛି । ଏଥିପାଇଁ ପ୍ରତିଦିନ ଦଳର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଥର ଓଡ଼ିଶା ଗସ୍ତରେ ଆସିଲେଣି । ତେବେ ଆଜି ଭୁବନେଶ୍ବରରେ ମୋଦିଙ୍କ ରୋଡ ସୋ' କେତେ ଏଥର ନିର୍ବାଚନରେ କେତେ ପ୍ରଭାବ ପକାଇବ, ସେନେଇ ଜନତା କଣ କହୁଛନ୍ତି ଶୁଣନ୍ତୁ..

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details