ଓଡିଶା

odisha

କାଲି ବାରିପଦାରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - PM MODI BARIPADA VISIT

By ETV Bharat Odisha Team

Published : May 28, 2024, 10:36 PM IST

PM MODI BARIPADA VISIT (ETV Bharat Odisha)

PM MODI BARIPADA VISIT: ରାଇରଙ୍ଗପୁର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ବାରିପଦାର ଛଉ ପଡିଆଠାରେ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୫୫ ସମୟରେ ପଶ୍ଚିମବଙ୍ଗର କୁଲପି ମଥୁରାପୁର ହେଲିପ୍ୟାଡରୁ ବାରିପଦା ଅଭିମୁଖେ ଆସିବେ । ଅପରାହ୍ନ ୧୨ଟା ୫୦ରେ ରିଜର୍ଭ ପୁଲିସ ପଡିଆ ଠାରେ ଅବତୀର୍ଣ୍ଣ ହୋଇ ଛଉପଡ଼ିଆ ସ୍ଥିତ ସଭାସ୍ଥଳକୁ ଯିବେ । ସେଠାରେ ଅପରାହ୍ନ ୧ଟାରୁ ୧ଟା ୪୦ ମିନିଟ ପର୍ଯ୍ୟନ୍ତ ଜନସମାବେଶରେ ଯୋଗଦାନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।  

ସେଠାରେ ସାଧାରଣ ଜନତାଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ସେଠାରୁ ପୁନଶ୍ଚ ରିଜର୍ଭ ପୁଲିସ ପଡ଼ିଆ ଯାଇ ଅପରାହ୍ନ ୧ଚା ୫୫ରେ ହେଲିକପ୍ଟର ଯୋଗେ ବାଲେଶ୍ଵର ଅଭିମୁଖେ ଗସ୍ତ କରିବାର ଗସ୍ତ ସୂଚୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ନେଇ ଛଉ ପଡ଼ିଆ ସ୍ଥିତ ସଭାସ୍ଥଳରେ ବିଜେପି ନେତା ଓ କର୍ମୀମାନଙ୍କ ଉପସ୍ଥିତିରେ ରବିବାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗମନ ପାଇଁ ଛଉ ପଡ଼ିଆଠାରେ ତରଣର ଶୁଭକାର୍ଯ୍ୟ ସମ୍ପନ୍ନ ନିର୍ମାଣାର୍ଥେ ଏକ ଭୂମି ପୂଜନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି, ଫୋକସରେ ଶାନ୍ତି ଶୃଙ୍ଖଳା - Election Preparation

ତେବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବରିଷ୍ଠ ନେତା ତଥା ମୁଖପାତ୍ର କବିବିଷ୍ଣୁ ଶତପଥୀ, ମିଡିଆ ସଂଯୋଜକ ଦିନେଶ ଦାଶ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି ହୁଏ ସେନେଇ ବିଶେଷ ଧ୍ୟାନ ଦେଇଛି ମୟୂରଭଞ୍ଜ ପୋଲିସ ପ୍ରଶାସନ । 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details