ଓଡିଶା

odisha

ETV Bharat / videos

ଗୋରୁ ବୋଝେଇ ଗାଡିରେ ନିଆଁ ଲଗାଇଦେଲେ ଲୋକ, ହୁତୁହୁତୁ ହୋଇ ଜଳିଗଲା ଭ୍ୟାନ - pickup van set on fire

By ETV Bharat Odisha Team

Published : Mar 27, 2024, 7:35 AM IST

Pickup van set on fire: ଭଦ୍ରକ: ଗୋଚାଲାଣ ସନ୍ଦେହରେ ପିକଅପ୍ ଭ୍ୟାନରେ ନିଆଁ ଲଗାଇଦେଲେ ଲୋକେ । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଭ୍ୟାନ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ପେଟ୍ରୋଲ ପମ୍ପ ସମ୍ମୁଖରେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଯାହା ସୂଚନା ମିଳିଛି, ଏହି ଗୋରୁ ବୋଝେଇ ପିକ୍ଅପ ଭ୍ୟାନଟି ଗତକାଲି (ମଙ୍ଗଳବାର) ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ମତୋ ଦେଇ ଯାଉଥିଲା । ପିକଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଲୋକେ ଗାଡିକୁ ଅଟକାଇ ସେଥିରୁ ଗାଈଗୋରୁଙ୍କୁ ଖାଲି କରି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଭ୍ୟାନ ଜଳିବା ବେଳେ ସେଥିରେ କୌଣସି ଗୋରୁ ନଥିଲେ । ତେବେ ଏହି ଘଟଣା ସମ୍ପର୍କରେ  ଉଭୟ ଚାନ୍ଦବାଲି ଥାନା ଏବଂ ମତୋ ଫାଣ୍ଡି ପୋଲିସ ନିକଟରେ କୌଣସି ଖବର ନଥିଲା । ଏନେଇ ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ସହ ଯୋଗାଯୋଗ କରାଯିବା ପରେ ପୋଡା ଗାଡିଟିକୁ ଠାବ କରାଯାଇଥିଲା । ଏହି ଘଟଣାରେ ଖୁବଶୀଘ୍ର ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଚୋରା କୋଇଲା ଚାଲାଣ ହେଉ ଅଥବା ମଦ କାରବାର, ଏସବୁ ଘଟଣାରେ ପୋଲିସ ଏତଲକାରୀ ସାଜୁଥିବା ବେଳେ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ପ୍ରସଙ୍ଗରେ ପୋଲିସର ନିରବତା ସମସ୍ତଙ୍କୁ ଚକିତ କରିଛି ।

ଏହା ମଧ୍ୟ ପଢନ୍ତୁ: ରାତି ଅଧିଆ ଆସୁଛନ୍ତି କାରରେ ଉଠାଇ ନେଉଛନ୍ତି, ସିସିଟିଭିରେ ଗାଈ ଚୋରି ଦୃଶ୍ୟ କଏଦ - Cow Theft Caught On CCTV

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details