ଓଡିଶା

odisha

ETV Bharat / videos

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ୍ଷ ଭାବେ ଦୁଃଖ ଜଣାଇ ଖୁସି ଲୋକେ - CM Mohan Majhi Public Grievance

By ETV Bharat Odisha Team

Published : Jul 1, 2024, 10:56 PM IST

CM MOHAN MAJHI PUBLIC GRIEVANCE: ଭୁବନେଶ୍ବର: ସୋମବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ସକାଳ ୯ଟାରୁ ଆରମ୍ଭ ହୋଇଥିଲା ପଞ୍ଜିକରଣ । ପାଖାପାଖି ୧ ହଜାର ୬ ଶହ ଲୋକ ଏଥିପାଇଁ ପଞ୍ଜିକରଣ କରିଥିଲେ । ମୁଖମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ । ଏଣିକି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଚାଲିବ ଅଭିଯୋଗ ଶୁଣାଣି । ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଭୁବନେଶ୍ବର ୟୁନିଟ-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଜନଶୁଣାଣି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ଖାଲି ଅଭିଯୋଗ ଶୁଣାଣି ନୁହେଁ, ଏହାର ସମାଧାନ ମଧ୍ୟ ହେଉ: ରାଜନୀତି ସମୀକ୍ଷକ - CM Mohan Majhi Public Grievance

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details