ଓଡିଶା

odisha

ETV Bharat / videos

ଆସନ୍ତା ୧୪ରୁ ଘୁମୁରା ମହୋତ୍ସବ, ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି - BHAWANIPATNA PATH UTSAV

By ETV Bharat Odisha Team

Published : Jan 12, 2025, 3:56 PM IST

ଭବାନୀପାଟନା: କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ । ଜିଲ୍ଲାର କଳା ,ସଂସ୍କୃତି ,ଐତିହ୍ୟ ଓ ବିକାଶ ଧାରାର ଲୋକ ମହୋତ୍ସବ 'ଘୁମୁରା ୨୦୨୫' ଆସନ୍ତା ୧୪ରୁ ଠାରୁ ୧୭ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବ । ଏହି ଉତ୍ସବକୁ ନେଇ ରାହାଗିରି ଉତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ ।

ଭବାନୀପାଟଣାରେ ରାହାଗିରି 

ଭବାନୀପାଟଣା ସହରର ଜେଲ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାହାଗିରି ଉତ୍ସବ ଆୟୋଜନ କରାଯାଇଛି । ଅନୁଷ୍ଠିତ ରାହାଗିରି ଉତ୍ସବରେ ପତଞ୍ଜଳୀ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗାଭ୍ୟାସ ପ୍ରଦର୍ଶିତ କରାଯାଇଥିବା ବେଳେ ଶାସ୍ତ୍ରୀ ଶିକ୍ଷା ନିକେତନ ସ୍କୁଲର ଛାତ୍ରଛାତ୍ରୀଙ୍କ  ପକ୍ଷରୁ ଡ୍ରମ ଡ୍ୟାନ୍ସ ପ୍ରଦର୍ଶିତ ହୋଇଥିଲା । ସେହିପରି କଳାହାଣ୍ଡି ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଟାଇକୋଣ୍ଡୋ ଓ ମାର୍ଶାଲ ଆର୍ଟର ଅନେକ କୌଶଳ ପ୍ରଦର୍ଶିତ ହୋଇଥିଲା । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନର ମଧ୍ୟ ଆୟୋଜନ କରାଯାଇଥିଲା । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ନିର୍ମାଣର ଶୈଳୀକୁ  ପ୍ରଦର୍ଶିତ କରାଯାଇଥିବା ବେଳେ ବାଲୁକା କଳାରେ ମହାକୁମ୍ଭ ମେଳାକୁ ନେଇ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି ।

'ଘୁମୁରା ୨୦୨୫' ପାଇଁ ରାହାଗିରି

ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରଙ୍ଗାରଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ରାହାଗିରି ଉତ୍ସବରେ ସହରବାସୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏନେଇ ଭବାନୀପାଟଣା ବାସିନ୍ଦା ମନିଷା ଦାସ କହିଛନ୍ତି, "କଳାହାଣ୍ଡି ଉତ୍ସବ ଉପଲକ୍ଷେ ରାହାଗିରି ଉତ୍ସବ ଅନୁଷ୍ଟିତ ହେଉଛି । ଏଥିରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ କଳା ପ୍ରଦର୍ଶନ କରିବା ସହିତ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଯାହାକୁ ଦେଖି ବେଶ ଉତ୍ସାହ ଲାଗୁଛି ।" 

୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ କଳାହାଣ୍ଡି ଉତ୍ସବ

ସେପଟ ଏନେଇ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି, "ଆମର କଳାହାଣ୍ଡି ଉତ୍ସବ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ । ପ୍ରତିବର୍ଷ ରହାଗିରିରୁ ହିଁ ଆମର ସେଲିବ୍ରେସନ ଆରମ୍ଭ ହୋଇଥାଏ । ଏଥିରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ସହିତ କଳାକାର, ବିଭିନ୍ନ ଖେଳ କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ ହୋଇଛି । ଚଳିତ ବର୍ଷ ରାହାଗିରି ଦୁଇଦିନ ଧରି ଚାଲିବ ।"

ଏହାମଧ୍ୟ ପଢନ୍ତୁ...

ପଥୋତ୍ସବରେ ଝୁମିଲା ରାଜଧାନୀ, ଦୁଲୁକିଲା କଳାଭୂମିରୁ ମଧୁସୂଦନ ପାର୍କ ରାସ୍ତା

ସଡକ ସୁରକ୍ଷା ସପ୍ତାହ ପାଳନ, ରାହାଗିରି ଓ ପଥପ୍ରାନ୍ତ ନାଟକ ଦ୍ଵାରା ସଚେତନତା ଅଭିଯାନ

ଏହି ଉତ୍ସବରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details