ଓଡିଶା

odisha

ETV Bharat / videos

କଳାହାଣ୍ଡିରରୁ ଓଏଏସ ପାଇଥିବା ୧୨ ଜଣଙ୍କୁ ଆଦିବାସୀ ମହାସଂଘର ସମ୍ବର୍ଦ୍ଧନା

By ETV Bharat Odisha Team

Published : 4 hours ago

 OCS Qualified 12 In Kalahandi District Felicitated, ଭବାନୀପାଟଣା : ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷା (OPSC)ରେ କୃତକାର୍ଯ୍ୟ ହୋଇ କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଆଣିଥିବା ଅନୁସୂଚିତ ଜାତି ଓ ଜନଜାତି ପରୀକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭବାନୀପାଟଣା ଟାଉନହଲଠାରେ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ୧୨ଜଣ ପ୍ରତିଭାଙ୍କୁ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଅନାମ ନାଏକ, ଅବସରପ୍ରାପ୍ତ ଅବକାରୀ ଆୟୁକ୍ତ ଗଙ୍ଗାଧର ମାଝୀ, କୋଟଗଡ଼ ତହସିଲଦାର ଉପେନ୍ଦ୍ର ଲୁହା, ଅବସରପ୍ରାପ୍ତ ପ୍ରଶାସକ ମହେଶ୍ୱର ମାଝୀ, ଅବସରପ୍ରାପ୍ତ ଅଡିଟର ନବକିଶୋର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।  

ଏହା ମଧ୍ୟ ପଢନ୍ତୁ-ବଣ୍ଡା ଘାଟିର ଗର୍ବ OAS ବିନି ମୁଦୁଲି, 'ଜନଜାତି ବିକାଶ ଏବଂ ଯୋଜନାର ସଫଳ ରୂପାୟନ ବଡ଼ ଦାୟିତ୍ବ '

ଓଡ଼ିଶା ପ୍ରାଶାସନିକ ପରୀକ୍ଷା (OCS)ରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଶିବାନୀ ନାଏକ କହିଛନ୍ତି ଯେ, " ମୋର ଏହି ସଫଳତାର ଶ୍ରେୟ ମୁଁ ମୋ ବାପା ମାଆଙ୍କୁ ଦେବି । କାରଣ ବହୁ ପରିଶ୍ରମ କରି ସେମାନେ ମୋତେ ଏହି ସ୍ଥାନରେ ପହଞ୍ଚାଇଛନ୍ତି । ଏହା ପୂର୍ବରୁ ମୁଁ ଏବେ ବ୍ଲକ ସ୍ତରୀୟ ଏକ ପୋଷ୍ଟରେ କାର୍ଯ୍ୟରତ ରହିଛି । ଯାହା ଫଳରେ କାମ ସରିବା ପରେ ପାଠ ପଢ଼ିବା ବହୁତ କଷ୍ଟ ହେଉଥିଲା  । ତଥାପି ବି ମୁଁ ସମୟ ବାହାର କରି ପାଠ ପଢ଼ୁଥିଲି । ମୋତେ ଯଦି ସୁଯୋଗ ମିଳେ ତେବେ ନିଶ୍ଚିତ ଭାବେ ମହିଳା ସଶକ୍ତି କରଣ କ୍ଷେତ୍ରରେ କାମ କରିବି ଏବଂ ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବିଶେଷ କରି ଡ୍ରପଆଉଟ୍ ହେଉଥିବା ଛାତ୍ରଛାତ୍ରୀ ଙ୍କ ଶିକ୍ଷା କ୍ଷେତ୍ରରେ ବିଶେଷ ଭାବରେ ଗୁରୁତ୍ଵ ଦେବି । ''

ଇଟିଭି ଭାରତ, କଳାହାଣ୍ଡି
 

ABOUT THE AUTHOR

...view details