ଓଡିଶା

odisha

ଟେଲିଗ୍ରାମରେ ବିଛାଇଥିଲା ଠକେଇ ଜାଲ, ମୟୂରଭଞ୍ଜରୁ ବନ୍ଧା ହେଲା ଠକ

By ETV Bharat Odisha Team

Published : Mar 21, 2024, 9:58 AM IST

ଟଙ୍କା ଡବଲ କରିବାକୁ କହି ଠକେଇ

Money Fraud case: କୋରାପୁଟ: ଟେଲିଗ୍ରାମ ମାଧ୍ୟମରେ ଟଙ୍କା ଡବଲ କରିବା ଠକେଇର ପର୍ଦ୍ଦାଫାସ କରିଛି କୋରାପୁଟ ସାଇବର ପୋଲିସ । ଠକେଇ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କାନପୁର ଗାଁର ଜଗନ୍ନାଥ ବେହେରା(୨୧)ଙ୍କୁ ଗିରଫ କରିଛି ସାଇବର ପୋଲିସ । ତା’ ନିକଟରୁ ୧ ଲକ୍ଷ ୫୮ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏନେଇ ସାଇବର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରାବଣୀ ନାୟକ । ଅଭିଯୁକ୍ତ ନିଜ ମୋବାଇଲରେ ଟେଲିଗ୍ରାମ ଆପ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ରହିଥିବା ହୋଟେଲ ଓ ରେସ୍ତୋରାଁକୁ ସର୍ଭେ ପାଇଁ କହୁଥିଲା l ପ୍ରତି ହୋଟେଲ ଓ ରେସ୍ତୋରାଁ ପାଇଁ 50 ଟଙ୍କା ଦେବା ପାଇଁ କହିବା ସହିତ ଟେଲିଗ୍ରାମରେ ଯୋଗ ଦେବାକୁ କହୁଥିଲା l 

ପରେ ବିଶ୍ୱାସ ଜନ୍ମାଇ ଟଙ୍କା ଡବଲ କରିଦେବାକୁ କହି ଲୁଟୁଥିଲା ଲକ୍ଷାଧିକ ଟଙ୍କା । ଆଉ ଟଙ୍କା ପାଇ ସାରିବା ପରେ ନିଜ ଟେଲିଗ୍ରାମ ଆକାଉଣ୍ଟକୁ ଡିଲିଟ କରି ଦେଉଥିଲା l ତେବେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଯୁବକ ଆଶିଷ କୁମାର ପ୍ରଧାନ ଏହି ଭଳି ଭାବେ ଠକାମୀର ଶିକାର ହେବା କଥା ଜାଣି କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗକୁ ଆଧାର କରି କୋରାପୁଟ ସାଇବର ପୋଲିସ ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l 

ଏହା ମଧ୍ୟ ପଢନ୍ତୁ-ପିପିଲି IDBI ବ୍ୟାଙ୍କରେ ୩ କୋଟି ୭୦ ଲକ୍ଷ ଠକେଇ, ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details