Good News: ଓଡ଼ିଶା ପାଇଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ସରିଲା ଟ୍ରାଏଲ-ରନ୍, ଏହି ସ୍ଥାନକୁ ଗଡ଼ିବ - Vande Bharat Trial Run
Published : Sep 8, 2024, 12:48 PM IST
କେନ୍ଦୁଝର: ରାଜ୍ୟରେ ଗଡିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ବ୍ରହ୍ମପୁର-ଟାଟାନଗର ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଟ୍ରାଏଲ ରନ ଆଜି ଶେଷ ହୋଇଛି । ଏହି ରୁଟରେ ଚଳିତମାସ (ସେପ୍ଟେମ୍ବର) ୧୫ ତାରିଖରୁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ ଚଳାଚଳ କରିବାକୁ ରେଳ ବିଭାଗ ପ୍ରସ୍ତୁତ ହେଉଛି । ଏହି ଅତ୍ୟାଧୁନିକ ଟ୍ରେନ ସେବା ଶୁଭାରମ୍ଭ ପୂର୍ବରୁ ଏହି ରୁଟରେ ଆଜି ଟ୍ରାଏଲ ରନ କରାଯାଇଛି । ଟ୍ରେନଟି ନିର୍ଦ୍ଧାରିତ ସମୟ ୮ଟା ୫୮ ମିନିଟରେ କେନ୍ଦୁଝର ଷ୍ଟେସନରେ ପହଞ୍ଚିଥିଲା । ମାତ୍ର କିଛି ମିନିଟ୍ ରହଣି ପରେ ଟ୍ରେନଟି ପୁଣି ୯ଟା ୪ ମିନିଟରେ କେନ୍ଦୁଝର ଷ୍ଟେସନ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲା ।
ଆଜି ଟ୍ରେନଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । କେନ୍ଦୁଝର ଦେଇ ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ ।
ଇଟିଭି ଭାରତ, କେନ୍ଦୁଝର