ଓଡିଶା

odisha

ETV Bharat / videos

ଦୁର୍ନୀତି ହଟାଇବା ସହ ଧାନ କିଣା କଟନୀ ଛଟନୀ ଉପରେ ଦେବି ଗୁରୁତ୍ୱ: ଖାଦ୍ୟ ଯୋଗାଣ ମନ୍ତ୍ରୀ - KRUSHNA PATRA VISITS DHENKANAL

By ETV Bharat Odisha Team

Published : Jun 16, 2024, 1:04 PM IST

ଢେଙ୍କାନାଳ: ନିକଟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀର ସ୍ଥାନ ପାଇଛନ୍ତି ଢେଙ୍କାନାଳର ବିଜେପି ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର । ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପରେ କ୍ୟାବିନେଟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ବୈଷୟିକ କାରିଗରୀ ବିଭାଗ ମିଳିବା ପରେ ନିଜ ଜନ୍ମ ମାଟି ଢେଙ୍କାନାଳରେ ବିଭିନ୍ନ ମନ୍ଦିର ଦର୍ଶନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଢେଙ୍କାନାଳର ଆରାଧ୍ୟ ମା' ବ୍ରାହ୍ମଣୀ ଦେବୀ ଓ ବସ ଷ୍ଟାଣ୍ଡ ନିକଟସ୍ଥ ହନୁମାନଙ୍କୁ ଦର୍ଶନ କରିଥିଲେ । ଏହାସହ ଶହୀଦ ବାଜି ରାଉତଙ୍କ ସମେତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର କରି ଦୁର୍ନୀତି ହଟାଇବା ସହ ଧାନ କିଣାରେ କଟନୀ ଛଟନୀ ଉପରେ ଦେବେ ସ୍ୱତନ୍ତ୍ର ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଅପରପକ୍ଷରେ ଯେଉଁ ଦାୟିତ୍ୱ ମିଳିଛି ତାକୁ ବେଶ ଗୁରୁତ୍ବର ସହିତ ପାଳନ କରିବା ସହ ରାଜ୍ୟବାସୀଙ୍କ ବିଶ୍ୱାସ ଜିତିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୃହ-ଅର୍ଥ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କହାକୁ ମିଳିଲା କେଉଁ ବିଭାଗ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details