ଓଡିଶା

odisha

ETV Bharat / videos

ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କାଙ୍କ ବିଶାଳ ଶୋଭାଯାତ୍ରା, ଲୋକଙ୍କୁ ଜଣାଇଲେ କୃତଜ୍ଞତା - mla rajan ekka visits rajganagpur - MLA RAJAN EKKA VISITS RAJGANAGPUR

By ETV Bharat Odisha Team

Published : Jun 18, 2024, 11:28 AM IST

ରାଉରକେଲା: ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କାଙ୍କ ବିଜୟ ଶୋଭଯାତ୍ରା । ଦ୍ୱିତୀୟ ଥର ରାଜଗାଙ୍ଗପୁର ବିଧାୟକ ଭାବରେ ବିଜୟୀ ହୋଇଥିବାରୁ ଲୋକେ ଏବଂ ସମର୍ଥକଙ୍କ ସହ ମିଶି ବିଶାଳ ଶୋଭାଯାତ୍ରା କରିଛନ୍ତି । ଏହି ସମୟରେ ସେ ରାଜଗାଙ୍ଗପୁରକୁ ନମ୍ବର ୱାନ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ରାଜନ ଏକ୍କା । ଗତକାଲି ସନ୍ଧ୍ୟାରେ ବିଧାୟକ ଡ. ରାଜନ ଏକ୍କା ଭୁବନେଶ୍ୱରରୁ ରାଜଗାଙ୍ଗପୁରର ରାଣୀବନ୍ଧରେ ପହଞ୍ଚିବା ପରେ ସେଠାରେ ପ୍ରଥମେ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ସହର ଅଭିମୁଖେ ବାହାରିଥିଲା । ଶୋଭାଯାତ୍ରାଟି ମାଟି ଗେଟ, ଆଇଟି କଲୋନି, ବିଜୁ ପଟ୍ଟନାୟକ ଛକ ଓସିଏଲ ମାର୍କେଟ ଦେଇ ଭଟ୍ଟା ପଡା, ଭବାନୀ ଛକରୁ ସୁଭାଷ ଛକ ହୋଇ ପୁନର୍ବାର ଇନ୍ଦିରା ଛକ ଦେଇ ବସଷ୍ଟାଣ୍ଡ ରାସ୍ତା ଦେଇ ଲିପଲୋଇ ଯାଏ ଯାଇଥିଲା । ବିଭିନ୍ନ ସଂଗଠନଙ୍କ ସହ କଂଗ୍ରେସର ଦଳୀୟ କର୍ମୀ ଏବଂ ସହରବାସୀ ବିଭିନ୍ନ ଛକରେ ବିଜୟୀ ବିଧାୟକଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ । 

ଏହା ମଧ୍ୟ ପଢନ୍ତୁ: ରଘୁନାଥପାଲ୍ଲୀରେ ବାଜି ମାରିଲା ବିଜେପି, ବିଜୟ ପରେ ଲୋକଙ୍କ ପାଇଁ କାମ କରିବି କହିଲେ ଦୁର୍ଗା ତନ୍ତି

ଏହି ସମୟରେ ସେ ଲୋକମାନଙ୍କୁ ସାଧୁବାଦ ଜଣାଇବା ସହ ବିକାଶ କ୍ଷେତ୍ରରେ ରାଜଗାଙ୍ଗପୁରକୁ ଏକ ନମ୍ବର କରିବେ ବୋଲି କହିଛନ୍ତି । ରାଜଗାଙ୍ଗପୁରରେ ଏଥର ଫୁଲ ଦମରେ କଂଗ୍ରେସ ବିଜୟୀ ହୋଇଛି ଏବଂ ଏଥର ସରକାରଙ୍କ ପାଖରେ ରାଜଗାଙ୍ଗପୁରବାସୀଙ୍କ ପାଇଁ ଲଢେଇ ଆହୁରି ଜୋରଦାର ହେବ ବୋଲି କହିଛନ୍ତି ରାଜନ ଏକ୍କା । ରାଜଗାଙ୍ଗପୁରର ମୌଳିକ ସୁବିଧା ଲୋକଙ୍କ ପାଖରେ କିଭଳି ପହଂଚିବ ଏବଂ ଗାଁ ଗାଁକୁ ରାସ୍ତା ସହ ପାନୀୟ ଜଳ ଏବଂ ବିଦ୍ୟୁତ କିଭଳି ପହଞ୍ଚିବ ତାହା ନେଇ ଏଥର ଜୋରଦାର ଲଢେଇ ହେବ। ଏବଂ ରାଜଗାଙ୍ଗପୁରକୁ ସବ ଡିଭିଜନ ଘୋଷଣା ଏବଂ ରାଜଗାଙ୍ଗପୁରରେ ସବ ଡିଭିଜନ ସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ଏବଂ ଉଚ୍ଚ ଧରଣର ଶିକ୍ଷାନୁଷ୍ଠାନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ରେଳ ଷ୍ଟେସନର ଉନ୍ନତିକରଣ ସହ ସମସ୍ତ ଟ୍ରେନ ରହଣି ସ୍ଥଳ କରାଯାଉ ବୋଲି ଦାବି କରିଛନ୍ତି ଏବଂ ରାଜଗାଙ୍ଗପୁର ଅଞ୍ଚଳର ଲୋକଙ୍କୁ ସ୍ଥାନୀୟ ନିଯୁକ୍ତି ଦିଆଯାଉ ଏବଂ ଦାଦନକୁ ରୋକାଯିବ ଏହାକୁ ନେଇ ଲଢେଇ ଜୋରଦାର ହେବ ବୋଲି ସେ କହିଛନ୍ତି ।
 


ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details