ଓଡିଶା

odisha

ETV Bharat / videos

ନାମାଙ୍କନ ଦାଖଲ କଲେ ଦୁଇ ବିଜେପି ବିଧାୟକ ପ୍ରାର୍ଥୀ ଜୋଲେନ ଓ ଭାଦବ - BJP CANDIDATES FILE Nomination

By ETV Bharat Odisha Team

Published : May 10, 2024, 11:00 PM IST

BJP MLA Candidates File Nomination: ରାଇରଙ୍ଗପୁର: ନାମାଙ୍କନ ପତ୍ର ଦାଖଲ କଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜୋଲେନ ବାରଦା ଓ ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା । ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କୁ ନେଇ ନାମାଙ୍କନ ଭରିବା ସହ ଉଭୟ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ତେବେ ପ୍ରଥମେ ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜୋଲେନ ବାରଦା ଓ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ନିଜ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହିତ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଉତ୍ତରାଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ, ବିଜେପି ପ୍ରଦେଶ ସଚିବ ନବୀନ ରାମଙ୍କ ସମେତ ବିଜେପିର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...ନଣନ୍ଦଙ୍କ ପାଇଁ ଓଡ଼ିଶା ଆସି ଭୋଟ ମାଗିଲେ କଳ୍ପନା ସୋରେନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବି ସାମିଲ - JMM Campaign In Mayurbhanj

ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୧୯ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ନବ ଚରଣ ମାଝୀ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ବାସନ୍ତି ମାରାଣ୍ଡିଙ୍କୁ ନିର୍ବାଚନରେ ପରାସ୍ତ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ବିଜେପି ତରଫରୁ ନବ ଚରଣ ମାଝୀଙ୍କୁ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରାଯାଇଛି । ଜୋଲେନ ବାରଦା ମଧ୍ୟ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଜଣେ ଶକ୍ତିଶାଳୀ ଆଦିବାସୀ ନେତା ଭାବରେ ବେଶ ପରିଚିତ ଥିବାବେଳେ ଦଳ ତାଙ୍କୁ ଭରସା କରି ଚଳିତ ଥର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଟିକଟ ପ୍ରଦାନ କରିଛି । ସେହିପରି ବିଜେଡିର ହାତ ଛାଡି ପଦ୍ମ ଧରିଥିବା ପୂର୍ବତନ ବିଧାୟକ ଭାଦବ ହାଁସଦା ମଧ୍ୟ ସାରସକଣା ନିର୍ବାଚନ ମଣ୍ଡଳୀର ଘରେ ଘରେ ପରିଚିତ ଓ ହେଭିୱେଟ ନେତା ଭାବେ ତାଙ୍କର ଦବଦବା ରହିଛି ।

 

ଇଟିଭି ଭାରତ, ମୟୂରଭଞ୍ଜ 

ABOUT THE AUTHOR

...view details