ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ - NATIONAL ROAD SAFETY WEEK
Published : Jan 13, 2025, 2:16 PM IST
ନିମାପଡା (ପୁରୀ): ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶିଶୁ ସୈନିକ ବାଣ୍ଟିଲେ ସୁରକ୍ଷାର ବାର୍ତ୍ତା । ପୁରୀ ଜିଲ୍ଲା ନିମାପଡ଼ା ଗୋପାଳପୁରରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳୁଛି ଓଡ଼ିଶା ଷ୍ଟେଟ୍ ବ୍ରିଗେଡ୍ ସ୍କୁଲର ଶିଶୁ ସୈନିକ । ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ଖଟୋଇଙ୍କ ଅଧ୍ୟକ୍ଷତାରେ ସଚେତନତା ଶୋଭାଯାତ୍ରା ସ୍କୁଲ ପରିସରରୁ ବାହାରି ବଳଙ୍ଗା ନିମାପଡ଼ା ରାସ୍ତାରେ ସମସ୍ତ ଶିଶୁ ସୈନିକ ଏକ ସଚେତନତା ଶୋଭାଯାତ୍ରା କରିଥିଲେ । ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ି ଚାଳକଙ୍କୁ ହେଲମେଟ୍ ପିନ୍ଧିବାକୁ ଅନୁରୋଧ କରିଥିବା ବେଳେ ମଦ୍ୟପାନ କରି ଗାଡ଼ି ନଚଳାଇବା ଓ ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ନହେବାକୁ ଅନୁରୋଧ କରିଛନ୍ତି । ଦ୍ରୁତ ଗତିରେ ଗାଡ଼ି ନଚଳାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ନ କରିବା ପାଇଁ ଅନୁରୋଧ କରିଥିଲେ । ଅନେକ ସମୟରେ ଗାଡ଼ି ଚାଳକ ଟ୍ରାଫିକ ନିୟମ୍ ମାନି ନଥାନ୍ତି । ଫଳରେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଗାଡ଼ି ଚାଳକ ଶିଶୁ ସୈନିକଙ୍କ କଥା ମାନିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଯାତାୟାତ କରୁଥିବା ଦୁଇ ଓ ଚାରିଚକିଆ ଚାଳକମାନେ ।
ଇଟିଭି ଭାରତ, ନିମାପଡା