ଭକ୍ତିରେ ଭିଜୁଛି ଶାବର ଶ୍ରୀକ୍ଷେତ୍ର, ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲେ ଭକ୍ତ - Nabajouban Darshan - NABAJOUBAN DARSHAN
Published : Jul 7, 2024, 4:25 PM IST
କୋରାପୁଟ: ଆଜି ହେଉଛି ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା। ରଥାରୂଢ ହୋଇ ଜନ୍ମବେଦୀକୁ ଯିବେ ତିନିଠାକୁର । ଅଣସରରେ ରହିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସେହିକ୍ରମରେ ଆଜି କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସକାଳ ୮ଟା ସମୟରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଠାକୁରଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ସକାଳ ଠାରୁ ଭକ୍ତଙ୍କ ଭିଡ ଜମିଛି । ଘଣ୍ଟ ମୃଦଙ୍ଗ ବାଜାରେ ଉତ୍ସବ ମୁଖର ହୋଇ ଉଠିଛି କୋରାପୁଟ ଜଗନ୍ନାଥ ମନ୍ଦିର। ଆଜି ବଡି ଭୋର ସକାଳ ୪.୩୦ ରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଙ୍ଗଳ ଆଳତି ହେବା ପରେ ମଇଲମ, ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ଅଣସର ଘରେ ପୂଜା ପାଉଥୁବା ପଟି ଦିଅଁଙ୍କ ବାହୁଡା ବିଜେ ହେବା ପରେ ଅଣସର ତାଟି ଫିଟିବା ଥିଲା। ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସକାଳଠାରୁ ଭକ୍ତଙ୍କ ଭିଢ ଜମିଛି ।
ଇଟିଭି ଭାରତ, କୋରାପୁଟ