ETV Bharat / state

ନାକେଦମ କଲାଣି ବାଘୁଣୀ ଜୀନତ,'GPS ନେଟୱର୍କ ନଥିବାରୁ ହୋଇପାରୁନି ଟ୍ରାଙ୍କୁଲାଇଜ' - TIGRESS ZEENAT

ଶିମିଳିପାଳ ଛାଡ଼ି ପଶ୍ଚିମବଙ୍ଗରେ ବାଘୁଣୀ ଜୀନତ । GPS ନେଟୱର୍କ ସମସ୍ୟାରୁ ଟ୍ରାକ୍ ହୋଇପାରୁନଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସୂଚନା ।

TIGRESS ZEENAT
TIGRESS ZEENAT (ETV Bharat Odisha)
author img

By ETV Bharat Odisha Team

Published : 14 hours ago

ଭୁବନେଶ୍ୱର: ବନ ବିଭାଗକୁ ନାକେଦମ କଲାଣି ବାଘୁଣୀ ଜୀନତ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରୁ ଫେରାର ହୋଇ ପ୍ରଥମେ ଝାଡ଼ଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ସୀମା ଜଙ୍ଗଲରେ ପହଞ୍ଚିଛି ଜୀନତ । ତେବେ ଓଡ଼ିଶା ବାଘୁଣୀକୁ ଫେରାଇ ଆଣିବାକୁ କସରତ ଜାରି ରଖିଛି ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଓଡ଼ିଶାକୁ ଫେରାଇ ଆଣିବାକୁ ବନବିଭାଗ ଯୋଜନା କରିଥିବା ବେଳେ ଟ୍ରାଙ୍କୁଲାଇଜ କରାଯାଇ ପାରୁନାହିଁ ।

କାମ କରୁନି GPS ନେଟୱର୍କ:
ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି,"ବାଘୁଣୀ ଜିନତ ଏବେ ପଶ୍ଚିମବଙ୍ଗ ସୀମା ଜଙ୍ଗଲରେ ଅଛି । ହେଲେ ତାକୁ ଠିକ ଭାବେ ଟ୍ରାକ ହୋଇ ପାରୁନି । ଏହାର ମୁଖ୍ୟ କାରଣ ଜଙ୍ଗଲ ମଧ୍ୟରେ GPS ନେଟୱର୍କ ସବୁ ସ୍ଥାନରେ ନାହିଁ । ଜଙ୍ଗଲ ମଧ୍ୟରେ ଥିବା ଅନେକ ସ୍ଥାନରେ GPS ଫେଲ ମାରୁଛି । ବାଘୁଣୀ ଜୀନତ ଉପରେ ତିନି ରାଜ୍ୟ ନଜର ରଖିଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ବନ ବିଭାଗ ଟ୍ରାକ କରୁଛନ୍ତି । ତାକୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କକୁଲାଇଜ କରାଯିବ ।"

Forest And Environment Minister Ganesh Ram Singh Khuntia (ETV Bharat Odisha)

ଶିମିଳିପାଳ ଆସିଥିଲା ପ୍ରଥମ ବାଘୁଣୀ ଯମୁନା:
ଚଳିତବର୍ଷ ପ୍ରଥମs ନୂଆ ଅତିଥି ଭାବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ବାଘୁଣୀ ଯମୁନା । ଅକ୍ଟୋବର ୨୭ ତାରିଖରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ହେଲେ କିଛି ଦିନ ତଳେ ଶିମିଳିପାଳ ଛାଡି ପାଖ କୁଲଡିହା ଜଙ୍ଗଲରେ ରହିଛି ଯମୁନା । ସେଠାରେ ବନ ବିଭାଗ ବାଘୁଣୀକୁ ଟ୍ରାକ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ...

ବାଘୁଣୀଙ୍କୁ ସୁହାଉ ନାହିଁ କି ଶିମିଳିପାଳ ? PCCF କହିଲେ 'ଯମୁନା-ଜୀନତ ଉପରେ ରହିଛି ନଜର'

ବାଘୁଣୀ ଜୀନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଚମ୍ପଟ, ଟ୍ରାକିଂ କରୁଛି ବନବିଭାଗ

ଝାଡଖଣ୍ଡରୁ ଜୀନତକୁ ଫେରାଇବା ଚିନ୍ତା, ବାଘୁଣୀ ଯମୁନା କେଉଁଠି?

ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜୀନତ, ୪ ଗାଁରେ କୋକୁଆ ଭୟ, 163 ଧାରା ଲାଗୁ

ମହାରାଷ୍ଟ୍ରରୁ ଆସିଥିଲା ଜୀନତ:

ଶିମିଳିପାଳ ଅଭୟାରଣ୍ୟକୁ ଦ୍ଵିତୀୟ ନୂଆ ଅତିଥି ହେଉଛି ବାଘୁଣୀ ଜୀନତ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ଜୀନତକୁ ଅଣାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ହିଁ ଦ୍ୱିତୀୟ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା । ନଭେମ୍ବର ୧୫ରେ ଜୀନତକୁ ଶିମିଳିପାଳ ଚହଲା ନିକଟ ସପ୍ଟ ଏନକ୍ଲୋଜରରେ ରଖାଯାଇଥିଲା । ସେଠାରେ ଜୀନତ ବାରହା ଶୀକାର ମଧ୍ୟ କରିଥିଲା ।

TIGRESS ZEENAT
TIGRESS ZEENAT (ETV Bharat Odisha)

ଶିମିଳିପାଳରୁ ଝାଡ଼ଖଣ୍ଡ ଚମ୍ପଟ ମାରିଥିଲା ଜୀନତ:

ଜୀନତର ଚାଲି ଚଳନ ଏବଂ ପରିବେଶ ସହ ଖାପ୍ ଖାଇବା ଲକ୍ଷ୍ୟ କରିବା ପରେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ତାକୁ ନଭେମ୍ବର ୨୪ ତାରିଖରେ ଘଞ୍ଚ ଜଙ୍ଗଲକୁ ଛାଡ଼ିଥିଲେ । ଜୀନତକୁ ଟ୍ରାପ କରିବାକୁ ତା ଶରୀରରେ ଟ୍ରାପ୍ ଚିପ୍ ମଧ୍ୟ ଲଗା ଯାଇଥିଲା । ତେବେ ବନ ବିଭାଗର ସୂଚନା ଅନୁସାରେ, ଜୀନତ ଡିସେମ୍ବର ୯ ଏବଂ ୧୦ ତାରିଖ ମଧ୍ୟରେ ଝାଡ଼ଖଣ୍ଡକୁ ପଳାଇଯାଇଥିଲା । ସେଠାରେ ଜୀନତ କିଛି ଦିନ ରହିବା ସହ ମଇଁଷି ଶିକାର ମଧ୍ୟ କରିଥିଲା । ମାତ୍ର ପରେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ସୀମା ଜଙ୍ଗଲକୁ ପଳାଇଥିବା ବେଳେ, ତାକୁ ଟ୍ରାକ୍ କରି ପୁଣି ଥରେ ଶିମିଳିପାଳ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.