ଧୁମଧାମରେ ପାଳନ ହେଲା ଇଦୁଲ ଜୁହା, ପରସ୍ପରକୁ ଆଲିଙ୍ଗନ କରି ଜଣାଇଲେ ଶୁଭେଚ୍ଛା - EID AL ADHA 2024 CELEBRATION - EID AL ADHA 2024 CELEBRATION
Published : Jun 17, 2024, 8:14 PM IST
EID AL ADHA 2024 CELEBRATION: ଢେଙ୍କାନାଳ: ଆଜି ପବିତ୍ର ଇଦୁଲ ଜୁହା । ଏହି ଅବସରରେ ଢେଙ୍କାନାଳର ସଂଖ୍ୟାଲଘୁ ଅର୍ଥାତ ଇସଲାମ ସମ୍ପ୍ରଦାୟର ଲୋକମାନେ ବେଶ୍ ଉତ୍ସାହର ସହିତ ଇଦୁଲ ଜୁହା ପାଳନ କରିଛନ୍ତି । ପ୍ରତ୍ୟେକ ଇସଲାମ ଧର୍ମର ଭାଇଭଉଣୀ ମାନେ ଆଜିର ଦିନଟିକୁ ଅପେକ୍ଷା କରି ରହିଥାନ୍ତି । ପରମ୍ପରା ମୁତାବକ ଆଜି ସମସ୍ତେ ନୂଆ ପୋଷାକ ପରିଧାନ କରି ପୁରୁଷମାନେ ମସଜିଦରେ ଭିଡ଼ ଜମାଇଥିଲେ । ଢେଙ୍କାନାଳ ସହରର ଉଭୟ ମୋତି ମସଜିଦ ଓ ଜାମ୍ମା ମସଜିଦ ବେଶ୍ ଚଳ ଚଞ୍ଚଳ ହୋଇ ଉଠିଥିଲା । ସେମାନଙ୍କ ସମୟ ନିର୍ଘଣ୍ଟ ମୁତାବକ ପୂର୍ବାହ୍ନ ୯ଟା ସମୟରେ ମୌଲବୀ ସମସ୍ତଙ୍କୁ ସମୂହ ନମାଜ ପାଠ କରାଇଥିଲେ । ସମସ୍ତେ ନିଜକୁ କୁର୍ବାନ କରିବା ପୂର୍ବକ ଆହ୍ଲାଙ୍କ ଶରଣଗାମୀ ହୋଇଥିଲେ । ନିଜ ତଥା ନିଜ ପରିବାର ବନ୍ଧୁ ବର୍ଗଙ୍କ ମଙ୍ଗଳ ମନାସି ଆଲ୍ଲାଙ୍କ ପାଖରେ ପ୍ରାର୍ଥନା ବା ନମାଜ ପାଠ କରିଥିଲେ ।ଏହାପରେ ପରସ୍ପରକୁ ଆଲିଙ୍ଗନ କରି ନିଜ ନିଜର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା ।
ଆଜିର ଦିନରେ ଆହ୍ଲାଙ୍କ ସ୍ମରଣ ପୂର୍ବକ ଇସଲାମ ସମ୍ପ୍ରଦାୟର ଲୋକମାନେ ନିଜକୁ କୁର୍ବାନୀ କରି ଅନ୍ୟମାନଙ୍କୁ ନିଜ ସକ୍ଷମ ମୁତାବକ ଦାନ କରିବା ଓ ସାହି ପଡ଼ୋଶୀଙ୍କୁ ନିଜ ଘରକୁ ଡାକି ଖୁଆଇବା ଓ ଉପହାର ଆଦି ଦେଇଥାନ୍ତି । କହିବାକୁ ଗଲେ ଆଜିର ଦିନରେ ଢେଙ୍କାନାଳରେ ଇସଲାମ ସମ୍ପ୍ରଦାୟ ମାନଙ୍କ ମହଲରେ ଆନନ୍ଦ ଉଲ୍ଲାସର ଏହି ପର୍ବକୁ ପାଳନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ .....ହର୍ଷଉଲ୍ଲାସ ସହ କେନ୍ଦୁଝରରେ ଇଦ୍ ଉଲ ଜୁହା ପାଳିତ - Eid Al Adha 2024 Celebration
ଇଟିଭି ଭାରତ, ଢେଙ୍କାନାଳ