ଓଡିଶା

odisha

By ETV Bharat Odisha Team

Published : Jun 27, 2024, 2:55 PM IST

ETV Bharat / videos

ବାଲେଶ୍ୱରରର ବିକାଶ ନେଇ ଖସଡ଼ା ପ୍ରସ୍ତୁତ, ମହାନଗର ନିଗମ କରିବାକୁ ଲକ୍ଷ୍ୟ: ମାନସ ଦତ୍ତ - Mla Manas Dutta

ବାଲେଶ୍ୱର: ସଦର ବିଧାୟକ ଭାବେ ମାନସ ଦତ୍ତ ନିର୍ବାଚିତ ହେବାର କିଛି ଦିନ ନ ଯାଉଣୁ ଅର୍ଥାତ ଶପଥ ପାଠ ସରି ନଥିବା ବେଳେ ତାଙ୍କ ଆଗରେ ବାଲେଶ୍ୱରର ଗୋଷ୍ଠି ବିବାଦ ଭଳି ଘଟଣା ସାମ୍ନା କରିବାକୁ ପଡିଥିଲା । ଏମିତି ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଘଟଣାକୁ ସାମ୍ନା କରିବା ଏବଂ ସମାଧାନ କରିବାର ପ୍ରୟାସ ଜାରି ରଖିବା ସହ ବିଧାୟକ ମାନସ ଦତ୍ତ ବାଲେଶ୍ୱରବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ବାଲେଶ୍ୱରର ଏମିତି ଅପ୍ରୀତିକର ପରିସ୍ଥିତି ଏବଂ ଏହାର ସମାଧାନ ପାଇଁ ପ୍ରଚେଷ୍ଠା କରିଥିବା ଜିଲ୍ଲା ପ୍ରଶାସନ ଏବଂ ବୁଦ୍ଧିଜୀବୀମାନଙ୍କୁ ମାନସ ଧନ୍ୟବାଦ ଜଣାଇଛନ୍ତି । 

ଏହାସହ ଆଗାମୀ ପାଞ୍ଚବର୍ଷ ପାଇଁ ତାଙ୍କର କଣ କଣ ରହିଛି ଆଭିମୁଖ୍ୟ ସେନେଇ ଆଲୋଚନା କରିଛନ୍ତି । ବାଲେଶ୍ଵରର ସର୍ବାଙ୍ଗୀନ ବିକାଶ କରିବା ସହ ବାଲେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ନଜରରେ ରହିଛି । ଆଗାମୀ ଦିନରେ ବାଲେଶ୍ଵରର କେମିତି ବିକାଶ ହୋଇ ପାରିବ ସେନେଇ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାସହ ବାଲେଶ୍ୱର ପୌରପାଳିକା ସର୍ବପୁରାତନ ପୌରପାଳିକା ହୋଇଥିବା ବେଳେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କେମିତି ଏହାକୁ ମହାନଗର ନିଗମରେ ପରିଣତ କରିହେବ ସେନେଇ ପ୍ରଚେଷ୍ଠା କରାଯିବ ବୋଲି ନବନିର୍ବାଚିତ ବିଧାୟକ ମାନସ ଦତ୍ତ କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ:  ବାଲେଶ୍ବରରେ ଖୋଲିଲା ସ୍କୁଲ କଲେଜ, ଇଣ୍ଟରନେଟ ସେବା ସ୍ୱାଭାବିକ, ଶାନ୍ତି ପାଇଁ ରାଜନୈିତିକ ଦଳଗୁଡ଼ିକର ପ୍ରୟାସ

ସେ ଆହୁରି ମଧ୍ୟ କହିଛନ୍ତି ବାଲେଶ୍ୱରବାସୀଙ୍କ ପାଖରେ ସେ ଋଣୀ, ଏଥିପାଇଁ ବାଲେଶ୍ୱରବାସୀଙ୍କ ଋଣ ସୁଝିବାର ସୁଯୋଗ ଆସିଛି ଏବଂ ଋଣ ପରିଶୋଧ ଭାବେ ବାଲେଶ୍ୱରର ବିକାଶକୁ ପ୍ରାଧାନ୍ୟ ଦିଆଯିବ । ବିଧାୟକ ପୂର୍ବରୁ ସବୁବେଳେ ମାନସ ସହରର ଜଳ ନିଷ୍କାସନ ଏବଂ ମହାନାଳ ସଫେଇ ବାବଦରେ ମୁଦ୍ଦା ଉଠାଉଥିଲେ । ଏବେ ବିଧାୟକ ହେବାପରେ କେମିତି ମହାନାଳ ସଫେଇ ହେବ ଏବଂ ବାଲେଶ୍ୱରରେ ବର୍ଷା ଜଳରେ କୃତ୍ରିମ ବନ୍ୟା ସୃଷ୍ଟି ନହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଡ୍ରେନେଚ ବିଭାଗ ସହ ଆଲୋଚନା ସରିଛି, ମହାନାଳ ମଧ୍ୟ ସଫେଇ ଚାଲିଛି । କେଉଁଠି କେଉଁଠି ନାଳ ଜାମ ରହୁଛି ସେନେଇ ସର୍ଭେ କରାଯିବା ସହ ବର୍ଷା ଦିନ ପୂର୍ବରୁ ଏସବୁର ସମାଧାନ ପାଇଁ ଲକ୍ଷ୍ୟ ରଖାଯାଇଛି । ବାଲେଶ୍ୱରରେ ଅପ୍ରୀତିକର ପରିସ୍ଥିତି ଯୋଗୁଁ ଡ୍ରେନେଚ ସଫେଇ କାମରେ ଟିକେ ଶିଥିଲତା ଥିବାରୁ ଆଗାମୀ ସପ୍ତାହ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ମାନସ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details