ଓଡିଶା

odisha

ETV Bharat / videos

ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Jagannath Mangala Alati

By ETV Bharat Odisha Team

Published : Jul 15, 2024, 8:18 AM IST

Mangala Alati Of Lord Jagannath ପୁରୀ: ମହାପ୍ରଭୁଙ୍କ ଆଜି ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ତିନିଠାକୁର । ଜନ୍ମବେଦୀର ଲୀଳାଖେଳା ସାରି ଶ୍ରୀନଅର ଆସିବେ ଦାରୁବ୍ରହ୍ମ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ମହାବାହୁଙ୍କୁ ବକ୍ଷରେ ଧରି ଶ୍ରୀମନ୍ଦିର ଆସିବାକୁ ଶରଧାବାଲିରେ ଅପେକ୍ଷାରତ ତିନି ରଥ । ଆରମ୍ଭ ହୋଇଯାଇଛି ବାହୁଡା ନୀତିକାନ୍ତି । ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧା ସମର୍ପଣର ସହ ଅପେକ୍ଷା କରି ରହିଛନ୍ତି ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ପ୍ରଭୁଙ୍କୁ ପାଛୋଟି ଆଣିବାକୁ । ସେପଟେ ପ୍ରତିଦିନ ଭଳି ଆଜି ମଧ୍ୟ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ସେବାୟତମାନଙ୍କ ଦ୍ବାରା ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି । କୁହାଯାଏ ଯେ, ମଙ୍ଗଳ ଆଳତି ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପ୍ରାପ୍ତି ହୋଇଥାଏ । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details