ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - Mangala Alati - MANGALA ALATI
Published : Apr 27, 2024, 6:44 AM IST
Mangala Alati: ପୁରୀ: ଅନାଥର ନାଥ ଶ୍ରୀଜଗନ୍ନାଥ । କୋଟି ଓଡ଼ିଆଙ୍କ ମଉଡମଣି କାଳିଆ ଠାକୁର । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ଜଗାକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ତା'ର ଚକା ନୟନକୁ ଦେଖିଲେ ଲୁହରେ ଓଦା ହୋଇଯାଏ ଭକ୍ତର ଆଖି । ପ୍ରତିଦିନ ବଡ଼ି ଭୋରୁ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦ୍ବାରଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ସବୁଦିନ ପରି ଆଜି ମଧ୍ୟ ଭୋରୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଛି । ଜଗତର କଲ୍ୟାଣ ପାଇଁ ଆଳତୀ କରିଛନ୍ତି ସେବାୟତ । ଘଣ୍ଟି, ଧୂପ ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ହୋଇଛି । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।