ଓଡିଶା

odisha

ETV Bharat / videos

ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati

By ETV Bharat Odisha Team

Published : Apr 25, 2024, 6:37 AM IST

Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ବିଶ୍ବ ନିଅନ୍ତା କାଳିଆ ଠାକୁରକୁ ଦେଖିବାକୁ ଆତୁର ଭକ୍ତର ମନ । କିଏ ତାକୁ କାଳିଆ ତ ,ଆଉ କିଏ ତାକୁ ଚକା ଆଖିଆ ବୋଲି ଡାକେ । ତାର ଚକା ଆଖିକୁ ଦେଖି ଦେଲେ ଭାବ ବିହ୍ବଳ ହୋଇପଡେ ଭକ୍ତ । ନୀଳାଚଳିଆ ଠାକୁରଙ୍କ ମହିମା ଅପାର । ପ୍ରତିଦିନ ଭୋର ସମୟରେ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟାଇଥିଲେ । ଏହାପରେ ରୀତିନୀତି ଅନୁସାରେ ପୂଜାପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋପଚାର କରି ଆଳତୀ କରିଥିଲେ । ଏହି ଆଳତୀ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ସକାଳୁ ସକାଳୁ ଶହ ଶହ ଭକ୍ତଙ୍କ ମନ୍ଦିରକୁ ସୁଅ ଛୁଟିଥାଏ ।  

ABOUT THE AUTHOR

...view details