ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Mangala Alati
Published : May 30, 2024, 7:08 AM IST
ପୁରୀ: ଜଗତର ନାଥ ଜଗନ୍ନାଥ । କୋଟି ଓଡ଼ିଆଙ୍କ ମଉଡମଣି କଳା ସାଆନ୍ତେ । ତାଙ୍କର ଦର୍ଶନ ଟିକିଏ ପାଇଁ ଆକୁଳ ହୁଏ ଭକ୍ତ ମନ । ଭାବ ବିନୋଦିଆ କଳା ଠାକୁରଙ୍କ ଚକାଆଖିକୁ ଚାହିଁ ଦେଇ ସବୁ ଦୁଃଖ କଷ୍ଟ ପାଶୋରି ଯାଏ ଭକ୍ତ । ତାଙ୍କର ଦୟା ହେଲେ ଦୁବ ହୁଏ ଦାରୁ, ଗିରି ଲଙ୍ଘେ ପଙ୍ଗୁ । ପତିତମାନଙ୍କୁ ଉଧାରିବା ପାଇଁ ଧାରଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ପ୍ରତିଦିନ ଭୋରରୁ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ସବୁଦିନ ଭଳି ଆଜି ପ୍ରଭାତରେ ପୂଜାପଣ୍ଡାମାନେ ଦ୍ବାର ଫିଟା ନୀତି ସହ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ କରିଛନ୍ତି। ପୂଜାପଣ୍ଡାଙ୍କ ମନ୍ତ୍ରୋପଚାରଣ ସହ ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ଫାଟି ପଡିଛି ମନ୍ଦିର ପରିସର । ବିଶ୍ବାସ ରହିଛି ସକାଳୁ ସକାଳୁ ଏହି ଦିବ୍ୟ ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହେବ ସହ ଅପାର କରୁଣା ପ୍ରାପ୍ତି ହୋଇଥାଏ ।