ଓଡିଶା

odisha

ETV Bharat / videos

ଜେଜେ ମାଆଙ୍କ ଝୋଟି ପକାରୁ ମଣ୍ଡଳ ଆର୍ଟ, ଶ୍ୱେତପଦ୍ମାଙ୍କୁ ଦେଇଛି ନୂତନ ପରିଚୟ - mandala art

By ETV Bharat Odisha Team

Published : Jun 16, 2024, 2:03 PM IST

କେନ୍ଦୁଝର: କେନ୍ଦୁଝରର ମଣ୍ଡଳ ଆର୍ଟିଷ୍ଟ ଶ୍ୱେତପଦ୍ମା ମିଶ୍ର । ଦିନେ ଜେଜେ ମାଆଙ୍କ ଠାରୁ ଝୋଟି ପକାଇବା ଶିଖୁଥିଲେ । ଆଉ ଏବେ ମଣ୍ଡଳ ଆର୍ଟ ତାଙ୍କୁ ଦେଉଇଛି ନୂଆ ପରିଚୟ । ସ୍ବାସ୍ଥ୍ୟ ବିଗିଡିବାରୁ ଅଧାରୁ ପଢା ଛାଡିଥିଲେ ସତ କିନ୍ତୁ ମଣ୍ଡଳ ଆର୍ଟ କରିବାରେ ସେ ସିଦ୍ଧହସ୍ତ । କେବଳ ଆର୍ଟ ନୁହେଁ କବିତା ଲେଖା ପ୍ରତି ମଧ୍ୟ ତାଙ୍କର ଦୁର୍ବଳତା ରହିଛି । ସେ ଲେଖିଥିବା କବିତା 'ସବୁ ବେଶ' ହୃଦୟସ୍ପର୍ଶୀ ହୋଇଥିବା ବେଳେ 'ଅର୍କ' ନାମକ ଏକ ହିନ୍ଦୀ ସଂକଳନ ପ୍ରକାଶ ପାଇଛି । କେବଳ ଦେବା ଦେବୀଙ୍କ ଚିତ୍ର ଆଙ୍କିବାକୁ ପସନ୍ଦ କରୁଥିବା ଶ୍ବେତପଦ୍ମାଙ୍କର ମଣ୍ଡଳ ଚିତ୍ରକଳା ତାଙ୍କୁ ଆଣି ଦେଇଛି ଅନେକ ପ୍ରଶଂସା । ଏପରିକି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ରାଜଭବନ ଡାକି ସମ୍ମାନିତ କରିଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ସ୍ୟାଣ୍ଡ ଆନିମେସନରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା - PM Modi Sand animation

ପିଲାଟି ଦିନରୁ କଳା ପ୍ରତି ଆକୃଷ୍ଟ ଥଲେ ଶ୍ବେତା ।  ବିନା ପ୍ରଶିକ୍ଷଣରେ ସଫଳ ମଣ୍ଡଳ ଆର୍ଟ  ତାଙ୍କୁ ଏକ ଚିତ୍ରଶିଳ୍ପୀର ପରିଚୟ ଦେବ, ତାହା ଥିଲା ତାଙ୍କ କଳ୍ପନା ବାହାରେ । ଛୋଟ ବେଳୁ ଜେଜେମା’ଙ୍କ ସହ ଝୋଟି ଚିତା ପକାଉଥିଲେ ଶ୍ବେତପଦ୍ମା । ଖାଲି ସେତିକି ନୁହେଁ ଜେଜେମା’ଙ୍କଠାରୁ ନୂଆ ନୂଆ ଡିଜାଇନର ଝୋଟି ଚିତା ମଧ୍ୟ ଶିଖୁଥିଲେ ସେ । ଏହିଠାରୁ ପ୍ରେରଣା ସାଉଣ୍ଟି ସେ ଛୋଟ ଛୋଟ ଚିତ୍ର ଆଙ୍କୁଥିଲେ । ଝୋଟି ଚିତାରେ ତାଙ୍କ ହାତ ଯେତିକି ସ୍ଥିର, ପଢାରେ ମଧ୍ୟ ସେ ସେତିକି ଧୁରନ୍ଧର । ହେଲେ ପିଜି ପଢା ସମୟରେ ହଠାତ୍‌ ସ୍ବାସ୍ଥ୍ୟ ବିଗିଡିବାରୁ ପଢା ଛାଡିବାକୁ ସେ ବାଧ୍ୟ ହେଲେ । ତେବେ ଘରେ ଖାଲିରେ ବସି ନରହି ସେ ପୁଣି ନିଜ ଚିତ୍ରକଳାର ସଉକକୁ ଜୀବିତ କରି ଚିତ୍ର ଆଙ୍କିବା ସହ ଆରମ୍ଭ କରିଥିଲେ । ଯେଉଁଥିରେ ଏବେ ସେ ପରିଶ୍ରମ ବଳରେ ସିଦ୍ଧହସ୍ତ ହୋଇଛନ୍ତି ଶ୍ବେତପଦ୍ମା ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details