ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ, ଶୁଭମୟ ଦେବ ଦିନ - Malgal Alati - MALGAL ALATI
Published : May 8, 2024, 6:46 AM IST
Mangala Alati: ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ । ଅନାଥର ନାଥ ଦୁଃଖୀର ଦିନବନ୍ଧୁ ମହାପ୍ରଭୁ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ଭାବ ବିନୋଦିଆ ଚକା ଆଖିଆ କାଳିଆ ଠାକୁରକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ତାଙ୍କର ଚକାଆଖିକୁ ଦେଖି ଦେଲେ ଭାବ ବିହ୍ବଳ ହୋଇପଡେ ଭକ୍ତ । ସେଥିପାଇଁ ତ ନୀଳାଚଳିଆ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ଜମେ ବଡ ଦେଉଳରେ । କାହିଁ କେତେ ଦୂରରୁ କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ଧାଇଁ ଆସନ୍ତି ଭକ୍ତ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ହୋଇଥାଏ । ପ୍ରତ୍ୟେକ ଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ବଡି ଭୋରରୁ ପୂଜାପଣ୍ଡା ଓ ସେବାୟତ ଶ୍ରୀମନ୍ଦିର ଦ୍ବାରା ଫିଟା ନୀତି ସହ ଆଳତୀ କରିଛନ୍ତି । ଜୟ ଜଗନ୍ନାଥ, ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ବଡଦେଉଳ । ଏହି ଦିବ୍ୟ ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଘରେ ବସି ସକାଳୁ ସକାଳୁ ଦର୍ଶନ ଦେଖନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ।
ଇଟିଭି ଭାରତ, ପୁରୀ