ଜାରି ରହିଛି ମତଦାନ, ଭୁବନେଶ୍ବରରେ ଭୋଟ ଦେଲେ ହେଭିୱେଟ - Lok Sabha Election 2024 - LOK SABHA ELECTION 2024
Published : May 25, 2024, 2:12 PM IST
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଆଜି ଭୁବନେଶ୍ବର, କଟକ, ପୁରୀ ସମେତ ୬ଟି ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ରରେ ଜାରି ଭୋଟ ପଡୁଛି । ଭୋଟରମାନେ ଉତ୍ସାହ ସହକାରେ ବୁଥରେ ପହଞ୍ଚି ଭୋଟ ଦେଉଥିବା ବେଳେ ବିଭିନ୍ନ ହେଭିୱେଟ ନେତାମାନେ ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଠାରୁ ଆରମ୍ଭ କରି ବିଜେପି ବିଧାୟକ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପ୍ରିୟଦର୍ଶୀ ମିଶ୍ର, ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଭଳି ବହୁ ନେତାମାନେ ଭୁବନେଶ୍ବରରେ ସେମାନଙ୍କ ମତସାବ୍ୟସ୍ତ କରିଛନ୍ତି । ଏଥିସହ ସବୁ ନାଗରିକମାନଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଅପିଲ୍ କରିଛନ୍ତି । ଶାନ୍ତି ଶୃଙ୍ଖଳାର ସହ ରାଜଧାନୀର ସମସ୍ତ ବୁଥରେ ଜାରି ରହିଛି ମତଦାନ । ଦେଖନ୍ତୁ ସେହି ସମୟର ଦୃଶ୍ୟ