ନିଆଳିରେ ମତଦାନ ଜାରି, କାର୍ଯ୍ୟରେ ଅବହେଳା ପାଇଁ ପ୍ରିଜାଇଡିଂ ଅଫିସର ନିଲମ୍ବିତ - Voting In Niali - VOTING IN NIALI
Published : Jun 1, 2024, 5:32 PM IST
Odisha Assembly Election 2024 Voting: ନିଆଳି: ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ନିଆଳି ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଭୋଟ ଦେବା ପାଇଁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ମତଦାନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିଆଳି ବ୍ଲକ, କଣ୍ଟାପଡ଼ା ବ୍ଲକ ବାରଙ୍ଗ ବ୍ଲକ ମୋଟ ୪୫ଟି ପଞ୍ଚାୟତରେ ୨୭୪ଟି କେନ୍ଦ୍ରରେ ମତଦାନ ଚାଲିଛି । ୨ ଲକ୍ଷ ୪୧ ହଜାର ୩୭୭ ଜଣ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ନିଆଳି ବ୍ଲକ ଅଲଣା ପଞ୍ଚାୟତର ଓଳାଂଶ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୦୯ ବୁଥରେ ଜାରି ରହିଛି ମତଦାନ । ଦିନ ୧ ଟା ସମୟରେ ଶତକଡା ୪୦ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ମିଳିଛି ।
ସେପଟେ ନିଆଳି ନିର୍ବାଚନ ମଣ୍ଡଳୀ ୭୫ନଂ ବୁଥ୍ରେ ପ୍ରିଜାଇଡିଂ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ କଟକ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଚାଲିଗଲା ବିଲଓଙ୍କ ଜୀବନ - Blo Death On Election Duty
ଇଟିଭି ଭାରତ, ନିଆଳି