ଓଡିଶା

odisha

ଇତିହାସ ଜାଣି ନାହାଁନ୍ତି ପାଣ୍ଡିଆନ: ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ - BJP Slams VK Pandidan

By ETV Bharat Odisha Team

Published : May 21, 2024, 11:32 AM IST

Published : May 21, 2024, 11:32 AM IST

BJP Slams VK Pandidan: ଜଗତସିଂହପୁର: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଏହି ଅବସରରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଯୋଗଦେଇ ବିଜୁ ଜନତା ଦଳକୁ ସମାଲୋଚନା କରିବା ସହିତ ଓଡିଶାକୁ ଆଜାଦୀ ଦେବାକୁ ଆହ୍ୱାନ ଦେଇଥିଲେ । ଏଥିସହ ବିଜେଡି ନେତା ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । 

ସୋମବାର ଦିନ ବାଲିକୁଦା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିପ୍ଳବ ଦେବ ବିଜେଡି ସରକାର ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି," ଓଡିଶା ଦୀର୍ଘ 24 ବର୍ଷ ଧରି ପରାଧୀନ ହୋଇ ରହିଛି । ଓଡିଶାବାସୀ ମନସ୍ଥ କରି ସାରିଲେଣି 2024ରେ ଭାଜାପା ସରକାର କ୍ଷମତାକୁ ଆଣି ନିଜକୁ ପରାଧୀନତା କବଳରୁ ମୁକ୍ତ କରିବେ ।"

ଏହାମଧ୍ୟ ପଢନ୍ତୁ.. ତିର୍ତ୍ତୋଲରେ ଆରମ୍ଭ ହେଲାଣି ପ୍ରଚାର, ଗାଁ ଗାଁରେ ନେତାଙ୍କ ଭିଡ଼ - Himanshu Mallick Campaign

ଆଉମଧ୍ୟ ବିଜେପି ନେତା 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିବା ସହିତ କହିଛନ୍ତି, "ପାଣ୍ଡିଆନ କିଛି ଜାଣି ନାହାଁନ୍ତି । ତ୍ରିପୁରାରେ ଓଡିଶା ଭଳି ପ୍ରାକୃତିକ ସମ୍ପଦ ନାହିଁ । ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ଓଡ଼ିଶା ଖଣିଜ ସମ୍ପଦରେ ଭରପୁର । ଓଡ଼ିଶାରେ ତିନୋଟି ବନ୍ଦର ରହିଛି । ଲୁହା ପଥର ଠାରୁ ଆରମ୍ଭ କରି ମାଙ୍ଗାନିଜ, ଗ୍ରାନାଇଟ ଆଦି ଭରପୁର ହୋଇ ରହିଥିବା ବେଳେ ତ୍ରିପୁରାରେ ଏଭଳି ସମ୍ପଦ ନାହିଁ । କିନ୍ତୁ ତ୍ରିପୁରାରେ ବିଜେପି ସରକାର ଆସିବା ପରେ ବିକାଶ ହୋଇଛି ।" କିନ୍ତୁ ଓଡ଼ିଶାରେ ଏହି ସରକାର 24 ବର୍ଷ ଶାସନ କାଳରେ କଣ ବିକାଶ କରିଛନ୍ତି ତାହା କହିବେ କି ବୋଲି ସେ ପ୍ରଶ୍ନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବାଲିକୁଦା ଏରସମା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଭୋଟ୍ ଭିକ୍ଷା କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details