ଓଡିଶା

odisha

By ETV Bharat Odisha Team

Published : Jun 1, 2024, 10:10 AM IST

ETV Bharat / videos

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ଯାଜପୁରରେ ଭୋଟ ଦେଲେ ହେଭିୱେଟ - Akash Dasnayak cast vote

ଯାଜପୁର: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଭୋଟ ଦେଇ ନିଜର ପ୍ରିୟ ସାଂସଦ ଓ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଆଜି ଯାଜପୁର ସମେତ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ଚାଲିଛି । ଏହି ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଜପୁର ପୌରପାଳିକା ଅନ୍ତର୍ଗତ ବାହାବଳପୁରର ୧୧୯ ନଂ ଅଙ୍ଗନବାଡି ସଖି ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିଛନ୍ତି l ସେହିପରି କୋରେଇ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଥିବା ଆକାଶ ଦାସନାୟକ ବ୍ୟାସନଗର ପୌର ପରିଷଦର ବ୍ୟାସନଗର ସ୍କୁଲରେ ଭୋଟ ଦେଇଛନ୍ତି  । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ରସୁଲପୁର ବ୍ଲକ ଚଣ୍ଡୀପୁର ବୁଥରେ ମତଦାନ କରିଛନ୍ତି l ଏଥିସହ ଗଣତନ୍ତ୍ରର ଏହି ମତଦାନ ପର୍ବରେ ସାମିଲ ହେବାକୁ ସେ ସବୁ ନାଗରିକମାନଙ୍କୁ ଆହ୍ଵାନ କରିଛନ୍ତି  । ଚଣ୍ଡୀପୁର ବୁଥରେ ପ୍ରଶାସନ ପକ୍ଷରୁ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି  । ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧାଙ୍କ ପାଇଁ ହ୍ବିଲଚେୟାର, ପାନୀୟ ଜଳ ସୁବିଧା ହୋଇଥିବାରୁ ଭୋଟରମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details