ଓଡିଶା

odisha

ଆତଙ୍କ ଖେଳାଇଲା କଲରାପତରିଆ, ଜଙ୍ଗଲକୁ ଯିବା ମନା ! - leopard spotted in nuapada

By ETV Bharat Odisha Team

Published : Jul 21, 2024, 8:39 PM IST

LEOPARD SPOTTED IN NAAMAN FOREST OF NUAPADA DISTRICT (ETV Bharat Odisha)

LEOPARD SPOTTED IN NUAPADA: ନୂଆପଡା: ଆଦିବାସୀ ବହୁଳ ବୋଡ଼େନ ବ୍ଲକ ନିମନା ଗାଁ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ । 2ଟି ବାଛୁରୀ ଓ ଗୋଟିଏ ପୋଷା କୁକୁରକୁ ଝାମ୍ପି ମାରିଖାଇଲା ବାଘ । ଘଟଣା ଘଟିବା ପରେ ବାଘ ଆତଙ୍କରେ ଆତଙ୍କିତ ସ୍ଥାନୀୟ ଲୋକ । କିଛିଦିନ ବ୍ୟବଧାନ ପରେ ପୁଣି ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଉପସ୍ଥିତି ଜାହିର କରିଛି । ପୂର୍ବରୁ ଜିଲ୍ଲାର କୋମନା , ନୂଆପଡା ବନାଞ୍ଚଳ ଅଧୀନରେ ବାଘ ଆତଙ୍କ ରଚିଥିବା ବେଳେ, ଆଜି ବୋଡେନ ବନବିଭାଗ ଅଧିନସ୍ଥ ନିମନା ଗାଁ ସଂରକ୍ଷିତ ଜଙ୍ଗଲରେ ବାଘ ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ଏହାରି ଭିତରେ ବୋଡ଼େନ କୁସୁମଖୁଣ୍ଟା ଚିକଳଚୁଆ ଗାଁର 2ଟି ବାଛୁରୀ ଗୋଟିଏ ପୋଷା କୁକୁରକୁ କଲରାପତରିଆ ବାଘ ଝାମ୍ପି ମାରିଖାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଖବର ପାଇ ଖଡ଼ିଆଳ ବନ ଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୋଡ଼େନ ବନବିଭାଗର ସ୍ୱତନ୍ତ୍ର ଟିମ ବାଘର ଗତିବିଧିକୁ ଅନୁଧ୍ୟାନ କରୁଛି । ଏହା ସହିତ ସ୍ଥାନୀୟ ଲୋକମାନେ କିଛି ଦିନ ପାଇଁ ଜଙ୍ଗଲକୁ ନ ଯିବାପାଇଁ ବିଭାଗ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖାଦେଇଛି । ବାଘ ଶିକାର କରିଥିବା ବାଛୁରୀ କୁକୁର ମାଲିକ ମାନଙ୍କୁ ବନବିଭାଗର ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦେବେ ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ପ୍ରକାଶ କରିଛନ୍ତି । 

ବୋଡ଼େନ ଅଞ୍ଚଳରେ ଜଙ୍ଗଲ ବୃଦ୍ଧି ପାଇଛି ଯେଉଁଥିପାଇଁ କଲରାପତରିଆ ବାଘ ସହିତ ଅନ୍ୟାନ୍ୟ ବନ୍ୟଜନ୍ତୁ ବୃଦ୍ଧି ପାଇଛି । ଆଗକୁ ଲୋକେ ସଚେତନ ରହିବା ଜରୁରୀ ହୋଇପଡିଛି । ବିଶେଷ କରି ସକାଳ ଏବଂ ସଂଧ୍ୟା ସମୟରେ ଲୋକେ ଜଙ୍ଗଲକୁ ନଯିବା ପାଇଁ ବିଭାଗ ବରାଣ କରିଛି । କାରଣ ସକାଳ ଏବଂ ସଂଧ୍ୟା ସମୟରେ କଲରାପତାରିଆ ବାଘ ଜଙ୍ଗଲରେ ଚଳପ୍ରଚଳ କରିଥାଏ । ସେଇଥିପାଇଁ ଲୋକଙ୍କ ସଚେତନତା ହିଁ ନିଜ ସୁରକ୍ଷା ବୋଲି ବନବିଭାଗର କର୍ମଚାରୀମାନେ ପ୍ରକାଶ କରିଛନ୍ତି । ବାଘ ଗର୍ଭବତୀ ଥିବା ଅନୁମାନ କରାଯାଉଛି । ସେଇଥିପାଇଁ ଜନବସତି ମୁହାଁ ହେଉଛି ବାଘ । ଏବଂ ଛୋଟ ଛୋଟ ବାଛୁରୀକୁ ଶିକାର କରୁଛି ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ....ନନ୍ଦନକାନନରେ ନୂଆ ଅତିଥି, ମହାବଳ ବାଘ ସହ ଆସିଛନ୍ତି ଅନ୍ୟାନ୍ୟ ଜୀବଜନ୍ତୁ - Royal bengal tiger in Nandankanan
 

ଇଟିଭି ଭାରତ,ନୂଆପଡା  

ABOUT THE AUTHOR

...view details