ଓଡିଶା

odisha

ETV Bharat / videos

ଆସିଛନ୍ତି ଧନଦାତ୍ରୀ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By ETV Bharat Odisha Team

Published : 4 hours ago

ପୁରୀ: ପବିତ୍ର ଲକ୍ଷ୍ମୀ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର । ଏହି ଅବସରରେ ରାଜ୍ୟବାସୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୁମିର ନୀଳାଦ୍ରି ବିଚରେ ମା’ ଲକ୍ଷ୍ମୀଙ୍କର ଏକ ବିଶାଳ ବାଲୁକା ପ୍ରତିକୃତି ନିର୍ମାଣ କରି ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ସୁଦର୍ଶନ । ଏହାକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଜମୁଛି । ଶାରଦୀୟ ପୂଜା ସରିବା ପରେ ଆଜିଠାରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ବିଶେଷ ଭାବେ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଏହାକୁ ଗଣପର୍ବ ଭାବେ ବେଶ ଧୂମଧାମରେ ପାଳନ କରାଯାଉଛି । ରାଜ୍ୟରେ ଲକ୍ଷ୍ମୀ ପୂଜା ପାଇଁ ଉଭୟ ସହରର ଭିନ୍ନ ଏକ ପରିଚୟ ରହିଛି । ଉଭୟ ସହରରେ ଚାନ୍ଦି ମେଢ ସହ ପ୍ରାୟ ଶତାଧିକ ମଣ୍ଡପରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:

ବିରାଜିବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା

ଫୁଲ ଫଳରେ ମା’ ଦୁର୍ଗା, ବାଲୁକା କଳାରେ ବିଶ୍ବଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ

ବାଲୁକା ଚିତ୍ରକଳାରେ ଗଜାନନ, ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - Ganesh Puja 2024

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details