ଶେଷ ରଜରେ ପାନ୍ଥନିବାସରେ ରାଜଧାନୀବାସୀଙ୍କ ରଜ ମଉଜ - last day of raja festival - LAST DAY OF RAJA FESTIVAL
Published : Jun 16, 2024, 2:36 PM IST
ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜକୁ ନେଇ ଆନନ୍ଦ ମୁଖର ପୁରପଲ୍ଲୀ । ଖୁସିର ପର୍ବ ରଜକୁ ନେଇ ସବୁଠି ରଜ ମଉଜ ଦେଖିବାକୁ ମିଳିଛି । ଆଉ ଏହି ପର୍ବ ତିନିଦିନ ପାଳନ ହେଉଥିବା ବେଳେ ଆଜି ହେଉଛି ଶେଷ ରଜ ବା ଭୂମିଦହନ । ଶେଷ ରଜରେ ଉତ୍ସବ ମୁଖର ଗାଁଠୁ ସହର । ପୂର୍ବ ଦୁଇ ଦିନ ପରି ଆଜି ମଧ୍ୟ ରଜ ଦୋଳି ସାଙ୍ଗକୁ ପୁଚି ଖେଳ, ପିଠା ମିଠା ଓ ପାନ ଖିଆ ସହ ଭଳିକି ଭଳି ଖେଳ ନାଚ ଗୀତର ଆସରରେ ଜମୁଛି ରଜ ପର୍ବରେ । ସେହିପରି ଶେଷ ଦିନରେ ରାଜଧାନୀର ପାନ୍ଥନିବାସରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି । ରାଜଧାନୀବାସୀ ପରିବାର ପ୍ରିୟ ଜନକ ସହ ଆସି ଦୋଳି ଖେଳି ପିଠା ମିଠା ଓ ପାନ ଖାଇ ରଜ ମନାଉଛନ୍ତି । ତେବେ ଶେଷ ଦିନରେ କିଭଳି ଉପଭୋଗ କରୁଛନ୍ତି ପିଲାଠାରୁ ବୟସ୍କ, ଶୁଣନ୍ତୁ......
ଏହା ମଧ୍ୟ ପଢନ୍ତୁ: ଆଜି ସରିବ ରଜ ମଉଜ, ଶେଷ ରଜରେ ଉତ୍ସବମୁଖର ଗାଁଠୁ ସହର
ଭୁବନେଶ୍ୱର, ଇଟିଭି ଭାରତ