ଓଡିଶା

odisha

ETV Bharat / videos

ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା , ପାରାଦ୍ୱୀପ ବିଜୁ ମଇଦାନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - KALINGA BALI YATRA 2024

By ETV Bharat Odisha Team

Published : Nov 15, 2024, 8:42 AM IST

KALINGA BALI YATRA: ପାରାଦ୍ବୀପ: ଗତକାଲି (ଗୁରୁବାର) ସନ୍ଧ୍ୟାରେ ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରାଦ୍ବୀପ ବିଜୁ ମଇଦାନଠାରେ ଅନୁଷ୍ଠିତ ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ," ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି। ଏଥିରେ ଜଗତସିଂହପୁର ଜିଲ୍ଲା ସର୍ବଦା ଆଗରେ ରହିଛି । ଓଡ଼ିଶାର ଅପୂର୍ବ ସଂସ୍କୃତି ଓ ପରମ୍ପରାକୁ ଅନେକ ସାରସ୍ଵତ ସାଧକ ନିଜ ଲେଖନୀରେ ଅମର କରିଛନ୍ତି । ଦୈନନ୍ଦିନ ଜୀବନରେ ବିଜ୍ଞାନର ପ୍ରୟୋଗ ନୌବାଣିଜ୍ୟକୁ ଅପେକ୍ଷାକୃତ ସରଳ କରିଛି । ଆଜି ଆମେ ଏକ ନୂତନ ଯୁଗରେ ପ୍ରବେଶ କରୁଛୁ । ପାରାଦ୍ଵୀପ ବନ୍ଦର ସହିତ ପାରାଦ୍ଵୀପର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସମସ୍ତ ପ୍ରକାର ସାହାଯ୍ୟ କରିବେ ।"  

ସେ ଆହୁରି ମଧ୍ୟ କହିଛନ୍ତି," ପାରାଦ୍ଵୀପ ବିକାଶ ପାଇଁ ୮ ଲେନ ରାସ୍ତା ନିର୍ମାଣ ହେବ ଯାହା ବଡ଼ବିଲରୁ ପାରାଦ୍ଵୀପ ସଂଯୋଗ କରିବ । ନିଜ ଜିଲ୍ଲା କେନ୍ଦୁଝର ସହିତ ପାରାଦ୍ଵୀପର ସମ୍ପର୍କକୁ ନିବିଡ଼ କରିବ । ଜଗତସିଂହପୁରର ଧାନ, ପାନ, ମୀନ ବିଶ୍ବ ପ୍ରସିଦ୍ଧ । ପାରାଦ୍ଵୀପରେ ଦୁଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ରୋଜଗାରର ପନ୍ଥା ଯୋଗାଇବ । ଜଗତସିଂହପୁର ଜିଲ୍ଲା ଓଡିଶା ଶିଳ୍ପ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ । ଓଡିଆ ଅସ୍ମିତା ସହ ଆଗାମୀ ଦିନରେ ସୁନାର ଓଡ଼ିଶା ଗଠନ ହେବ । "

ଏହା ମଧ୍ୟ ପଢନ୍ତୁ...ଦେଶ ନିର୍ମାଣରେ ବିଦ୍ୟାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଇଟିଭି ଭାରତ ,ଜଗତସିଂହପୁର
 

ABOUT THE AUTHOR

...view details