ଓଡିଶା

odisha

ବ୍ରହ୍ମପୁର ବିଧାନସଭା ଆସନ: ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନରେ ସାମ୍ୱାଦିକତା ଓ ଗଣଯୋଗୋଯୋଗ ବିଭାଗର ଛାତ୍ର - berhampur assembly constituency

By ETV Bharat Odisha Team

Published : May 11, 2024, 9:59 PM IST

ବ୍ରହ୍ମପୁର ବିଧାନସଭା ଆସନ: ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନରେ ସାମ୍ୱାଦିକତା ଓ ଗଣଯୋଗୋଯୋଗ ବିଭାଗର ଛାତ୍ର (ETV Bharat Odisha)

Berhampur Assembly Constituency: ବ୍ରହ୍ମପୁର: ମେ' 13 ତାରିଖ ରାଜ୍ୟରେ ହେବ ପ୍ରଥମ ପର୍ଯ୍ୟୟ ଭୋଟ ଗ୍ରହଣ । ରାଜ୍ୟରେ ହେଉଥିବା ପ୍ରଥମ ପର୍ଯ୍ୟାୟର ମତଦାନକୁ ନେଇ ଚର୍ଚ୍ଚାରେ ବ୍ରହ୍ମପୁର ବିଧାନସଭା ଆସନ । ଚଳିତ ବର୍ଷ ବ୍ରହ୍ମପୁରର ବିଧାନସଭା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୭ ଜଣ ପ୍ରାର୍ଥୀ ପ୍ରତିଦ୍ୱିନ୍ଦିତା କରୁଥିବା ବେଳେ ଏଥର ବହୁ ଉଚ୍ଚଶିକ୍ଷିତ ଯୁବକ ବିଧାୟକ ପ୍ରାର୍ଥୀ ବାବରେ ପ୍ରତିଦ୍ୱନ୍ଦିତା କରୁଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ୱାଦିକତା ଓ ଗଣଯୋଗୋଯୋଗ ବିଭାଗର ଅଧ୍ୟୟନରତ ଛାତ୍ର ଝସକେତନ ପାଢୀ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ମୈଦାନରେ ରହିଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ଥିବା ଝସକେତନ ପାଢୀ ଏଥର ବ୍ରହ୍ମପୁରରେ ରହିଥିବା ବର୍ଷ ବର୍ଷର ସମସ୍ୟା ଓ ତାର ସମାଧାନ କରିବାକୁ ଅଣ୍ଟା ଭିଡି ନିର୍ବାଚନ ଲଢିବାକୁ ଯାଉଥିବା କହିଛନ୍ତି । ପୂର୍ବରୁ ବିଜୁ ଜନତା ଦଳର ବହୁ ପଦପଦବୀରେ ରହି ଆସୁଥିବା ଝସକେତନ ଏଥର ବ୍ରହ୍ମପୁର ସହରବାସୀଙ୍କ ସ୍ୱର ଉଠାଇବା ପାଇଁ ସାଧାରଣ ନିର୍ବାଚନ ରଣକ୍ଷେତ୍ରରେ ପାଦ ଥାପିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାର ମୈଦାନରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ବ୍ରହ୍ମପୁରର ସମସ୍ୟା ସାଜିଛି ମୁଦ୍ଦା - Campaigning In Berhampur

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details