ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଛି, ସମର୍ଥନ ପାଇଁ ଅସୁବିଧା ହେବ ନାହିଁ: ମୀରା ମଲ୍ଲିକ - Choudwar Cuttack Assembly - CHOUDWAR CUTTACK ASSEMBLY
Published : Apr 16, 2024, 8:54 PM IST
Choudwar Cuttack Assembly କଟକ: ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପାର୍ଥିନୀ ହୋଇଛନ୍ତି ମୀରା ମଲ୍ଲିକ । ପ୍ରଥମ ଥର ପାଇଁ ରାଜନିତୀ ମୈଦାନକୁ ଓହ୍ଲାଇଛନ୍ତି ମୀରା । ରାଜନୀତି ବିଭାଗରେ ପିଜି ସାରିବା ପରେ ସମାଜ ସେବା କରୁଥିଲେ । କଂଗ୍ରେସ ଦଳରୁ ସେ ଟିକେଟ ପାଇବା ପରେ ନିର୍ବାଚନରେ ନିଜର ପ୍ରଚାର କରିବେ । ଏଥିପାଇଁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରି ସାରିଲେଣି । ରାଜନୈତିକ ପରିବାରରୁ ଆସିଥିବାରୁ ତାଙ୍କ ପାଇଁ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି । ସେହିପରି ଉଭୟ ବିଜେପି ଏବଂ ବିଜେଡି ପାର୍ଥୀଙ୍କୁ ଟକ୍କର ଦେବେ ବୋଲି କହିଛନ୍ତି । ଲୋକଙ୍କ ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି । ତେଣୁ ଲୋକମାନେ ତାଙ୍କୁ ଆଶୀର୍ବାଦ କରିବେ ବୋଲି ମୀରା ଦୃଢୋକ୍ତି ପ୍ରକାଶ କରିଛନ୍ତି।
ତେବେ ମୀରା ହେଉଛନ୍ତି ପୂର୍ବତନ ବିଧାୟକ ତଥା ଭେଟରାନ୍ କଂଗ୍ରେସ ନେତା ରବି ମଲ୍ଲିକଙ୍କ ବୋହୁ । ଏକ ଲମ୍ବା ସମୟ ଧରି ପ୍ରତ୍ୟକ୍ଷ ରାଜନୀତିରୁ ନିଜକୁ ଦୁରେଇ ରଖିଥିଲେ ରବି ମଲ୍ଲିକ । କିନ୍ତୁ ଏବେ ତାଙ୍କ ବୋହୁଙ୍କ ମୀରାଙ୍କ ଜରିଆରେ ସେ ନିର୍ବାଚନ ମୈଦାନକୁ ଆସିବାରୁ ଏହା ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ଅନେକାଶଂରେ ପ୍ରଭାବିତ କରିବ ବୋଲି କୁହାଯାଉଛି । ନିର୍ବାଚନ ମୈଦାନକୁ ପ୍ରଥମ ଥର ଆସିଥିଲେ ମଧ୍ୟ ଏକ ରାଜନୈତିକ ପରିବାରର ସଦସ୍ୟ ହୋଇଥିବାରୁ ରାଜନିତିରେ ସେ ଅଜ୍ଞ ନୁହଁନ୍ତି ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ଉଭୟ ବିଜେଡି ଓ ବିଜେପିକୁ ସିଧା ଟକ୍ଟର ଦେବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥିନୀ ମୀରା ମଲ୍ଲିକ ।
ଏନେଇ ମୀରା ମଲ୍ଲିକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ.....
ଏହା ମଧ୍ୟ ପଢ଼ନ୍ତୁ...ମହାପ୍ରଭୁଙ୍କ ଶରଣରେ କଂଗ୍ରେସ ପ୍ରାର୍ଥୀ ପୃଥ୍ବୀବଲ୍ଲଭ, ପ୍ରଚାର ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ - Congress Candidate Visit Puri
ଇଟିଭି ଭାରତ, କଟକ