ଓଡିଶା

odisha

ETV Bharat / videos

ଅନ୍ତର୍ଜାତୀୟ ଯୋଗ ଦିବସ; ବିନ୍ଦୁ ସାଗରରେ ଜଳ ଯୋଗ - JALA JOGA IN BINDUSAGARA

By ETV Bharat Odisha Team

Published : Jun 21, 2024, 3:24 PM IST

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ଦେଶରେ ଏହି ଦିବସକୁ ଉତ୍ସାହର ସହ ପାଳନ କରାଯାଉଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ନିଆରା ଅନ୍ଦାଜରେ ଯୋଗ ଦିବସ ପାଳନ କରାଯାଇଛି । ଭୁବନେଶ୍ୱର ସ୍ଥିତ ବିନ୍ଦୁ ସାଗରରେ ଜଳ ଭିତରେ ଚାଲିଛି ଯୋଗାସନ । ବିନ୍ଦୁ ସାଗରରେ ଜଳରେ ବୁଡି ରହି ଯୋଗ ଗୁରୁ ଅଶୋକ ବରାଳଙ୍କ ସହ ODRAF, OSDMA ଏବଂ ଓଡିଶା ପୋଲିସ ଦ୍ୱାରା ଯୋଗ ଦିବସ ପାଳନ କରିଛନ୍ତି। ଜଳରେ ବସିକି ଏବଂ ଭାସମାନ ଭାବରେ ଯୋଗ କରିଛନ୍ତି ଟ୍ରେନିଂ ନେଇଥିବା ODRAF, OSDAMA ଏବଂ ଓଡିଶାର ପଲିସ କର୍ମଚାରୀ ମାନେ। ଘଣ୍ଟା ଘଣ୍ଟା ଧରି ଜଳରେ ବୁଡି ଯୋଗ କରିଛନ୍ତି । ଫଳରେ ଘଟୁଥିବା ଦୁର୍ଘଟଣା ରୋକିବା ସହ ଜଳରେ କିପରି ଶରୀରର ସନ୍ତୁଳନ ରକ୍ଷା କରି ନିଜକୁ ଭସାଇ ରଖିପାରିବେ ତାହା ଏହି ଜଳ ଯୋଗର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।  
 

ଏହା ମଧ୍ୟ ପଢନ୍ତୁ: ସୁସ୍ଥତାର ମନ୍ତ୍ର ଯୋଗ; କେଉଁ ବୟସରେ ଏବଂ କେମିତି କରିବେ ଯୋଗାଭ୍ୟାସ ? କଣ କୁହନ୍ତି ଯୋଗ ଗୁରୁ

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details