ଓଡିଶା

odisha

ETV Bharat / videos

ରାୟଗଡାରେ ଭାରତ ବନ୍ଦ ପ୍ରଭାବ, ଯାନବାହାନ ଚଳାଚଳ ପ୍ରଭାବିତ - ଭାରତ ବନ୍ଦ

By ETV Bharat Odisha Team

Published : Feb 16, 2024, 9:28 PM IST

Impact of Bharat Bandh: ରାୟଗଡା: ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ ୟୁନିଅନଙ୍କ ଭାରତ ବନ୍ଦ ଡାକରା ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଶ୍ରମିକ ନେତା ତିରୁପତି ଗମାଙ୍ଗଙ୍କ ନେତୃତ୍ବରେ ଗୁଣପୁର ଏବଂ ରମାନାଗୁଡାରେ ଜାତୀୟ ରାଜପଥ 326 ରାସ୍ତା ଅବରୋଧ କରି ବନ୍ଦ ପାଳନ କରାଯାଇଛି । ଫଳରେ ରାୟଗଡା- ବ୍ରହ୍ମପୁର-ଗଜପତିକୁ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ବନ୍ଦର ପ୍ରଭାବ ଦୋକାନ ବଜାର କିମ୍ବା ଶିକ୍ଷା ଅନୁଷ୍ଠାନ ଗୁଡିକ ଉପରେ ପଡିନଥିଲା । ବନ୍ଦ ବେଳେ ଆମ୍ବୁଲାନ୍ସ ଓ କ୍ଷୀର ଭଳି ଜରୁରୀ ସାମଗ୍ରୀ ପରିବହନ ସ୍ଵାଭାବିକ ରହିଥିଲା । ବନ୍ଦକୁ ଦୃଷ୍ଟିରେ ରଖି ଉଭୟ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.... ଢେଙ୍କାନାଳରେ ଭାରତ ବନ୍ଦକୁ ସମର୍ଥନ, ଆନ୍ଦୋଳନରେ ସାମିଲ ହେଲେ ଅଙ୍ଗନବାଡି ଓ କଂଗ୍ରେସ କର୍ମୀ

ସେହିଭଳି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଭୁରସିଖମାର ଠାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଅଖିଳ ଭାରତୀୟ କିଷାନ ମଜଦୁର ସଭା ମୁନିଗୁଡା ବ୍ଲକ କମିଟି ତରଫରୁ ଆନ୍ଦୋଳନ କରାଯାଇଥିଲା । ଜିଲ୍ଲା ସଭାପତି କନେନ୍ଦ୍ର ଜାଲିକାଙ୍କ ନେତୃତ୍ବରେ କର୍ମୀମାନେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେବା ସହ ଭୁରସିଖମାର ଠାରେ ପୋଷ୍ଟର ଲଗାଇ ରାସ୍ତା ଅବରୋଧ କରିଛନ୍ତି । ଏହାର ପ୍ରଭାବରେ ରାୟଗଡା ଭବାନୀପାଟଣା ଏବଂ ରାୟଗଡା ଫୁଲବାଣୀ ରାସ୍ତାରେ ଗମନାଗମନ ପ୍ରଭାବିତ ହୋଇଛି । ୧୬ ଗୋଟି ଦାବି ନେଇ ଏହି ବନ୍ଦ ପାଳନ ହୋଇଥିବା ଜଣାପଡିଛି । ମୁଖ୍ୟତଃ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ଦାମକୁ ଆଇନସିଦ୍ଧ କରିବା, ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ ସହ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ଅଖିଳ ଭାରତୀୟ କିଷାନ ମଜଦୁର ସଭା ଜିଲ୍ଲା ସଭାପତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details