ଓଡିଶା

odisha

ETV Bharat / videos

ସ୍ମାର୍ଟସିଟିରେ ହର୍ବାଲ ହୋଲି ଉତ୍ସବ, ରଙ୍ଗ ଲଗାଇ ନାଚ ଗୀତରେ ଝୁମିଲେ ରାଜଧାନୀବାସୀ - Holi 2024

By ETV Bharat Odisha Team

Published : Mar 25, 2024, 12:40 PM IST

Holi 2024: ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ଆସନ୍ତାକାଲି (ମଙ୍ଗଳବାର) ରାଜ୍ୟବାସୀ ପାଳିବେ ହୋଲି ଉତ୍ସବ । ହୋଲି ପୂର୍ବରୁ ରଙ୍ଗୀନ ହୋଇଛି ରାଜଧାନୀ । ଭୁବନେଶ୍ୱରରେ ହର୍ବାଲ ହୋଲି ଉତ୍ସବ ଆରମ୍ଭ ହୋଇଛି । ଏହି ନିଆରା ହୋଲିର ମଜା ଉଠାଇଛନ୍ତି ରାଜଧାନୀବାସୀ । ଛୋଟ ଠାରୁ ବଡ ସବୁ ବର୍ଗର ଲୋକେ ଏଥିରେ ସାମିଲ ହୋଇଛନ୍ତି । ହଳଦୀ, ମୁଲତାନ ମାଟି, ଚନ୍ଦନ, ଭଳି ରାସାୟନମୁକ୍ତ ରଙ୍ଗ ଲଗାଇ ପ୍ରି ହୋଲି ଖେଳିଛନ୍ତି ସମସ୍ତେ । ବଲିଉଡ ଓ ଓଲିଉଡ କଳାକାରଙ୍କ ସଙ୍ଗୀତରେ ଠୁମକା ଲଗାଇ ପରସ୍ପରକୁ ରଙ୍ଗ ଲଗାଇବା ସହ ମତୁଆଲା ହୋଇଛନ୍ତି ରଜଧାନୀବାସୀ । ରଙ୍ଗର ପର୍ବକୁ ହୋଲିକୁ ପରିବାର, ପ୍ରିୟଜନ ଓ ବନ୍ଧୁମାନଙ୍କ ସହ ସମସ୍ତେ ମନାଇଛନ୍ତି । ଅନ୍ୟପଟେ ଆଜି ଦୋଳ ଯାତ୍ରା ଥିବାରୁ ଅନେକ ସ୍ଥାନରେ ହୋଲି ଉତ୍ସବ ମଧ୍ୟ ମନାଯାଉଛି । 

ଏହା ମଧ୍ୟ ପଢନ୍ତୁ-ବାଲୁକା କଳାରେ ରାଧା-କୃଷ୍ଣ, ରଙ୍ଗର ପର୍ବର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - Holi 2024 

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details