ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
Published : Mar 3, 2024, 10:53 PM IST
Viral Video: ରାଇରଙ୍ଗପୁର: ଜଣେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଆକ୍ରମଣ ସମୟର ଦୃଶ୍ୟ । ବନ କର୍ମଚାରୀଙ୍କ ସହିତ ଜଣେ ବ୍ୟକ୍ତି ଧସ୍ତାଧସ୍ତି ହେଉଥିବାର ଭାଇରାଲ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବନ କର୍ମଚାରୀ ଓ ବ୍ୟକ୍ତି ଜଣକ ଧସ୍ତାଧସ୍ତି ହୋଇ ରାସ୍ତା ଉପରେ ଗଡ଼ିଯାଉଥିବା ଦେଖିବାକୁ ମିଳିଛି । ଉଭୟ ହାତାହାତି ହେଉଥିବା ବେଳେ ଦୁଇ ଜଣ ମହିଳା ମଧ୍ୟ ବନ କର୍ମଚାରୀଙ୍କୁ ପିଟୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏପରି କିଛି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ଏହା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷିର ଯୋକା ବିଟ ଅଞ୍ଚଳରେ ଘଟିଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ...ଗ୍ରୁପ ଋଣକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସା ଜାରି
ସୂଚନା ଅନୁସାରେ, ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାକୁ ବିରୋଧ କରିବାରୁ ଜଣେ ଫରେଷ୍ଟ ଗାର୍ଡଙ୍କୁ ସ୍ଥାନୀୟ ଗ୍ରାମବାସୀ ଆକ୍ରମଣ କରିଛନ୍ତି । ଗତ ଗୁରୁବାର ଦିନ ଯୋକା ବିଟରେ ଥିବା ଶାଳବଣରେ କିଛି ଲୋକ ଗଛ କାଟୁଥିବା ବନ ବିଭାଗକୁ ଖବର ମିଳିଥିଲା । ଏହାପରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିଥିଲେ । ବନ କର୍ମଚାରୀ ବୁଧୁରାମ ସିଂ ଜଙ୍ଗଲରୁ ଶାଳ ଗଛ କାଟୁଥିବା ଲୋକଙ୍କୁ ମନା କରିବାରୁ ସେମାନଙ୍କ ସହ ବଚସା ହୋଇଥିଲା । ପରେ ବଚସା ଉଗ୍ର ରୂପ ଧାରଣ କରିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଫରେଷ୍ଟ ଗାର୍ଡ ବୁଧରାମ ସିଂଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାର ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଇଟିଭି ଭାରତ, ମୟୂରଭଞ୍ଜ