ଓଡିଶା

odisha

ETV Bharat / videos

ନୃତ୍ୟ ସଂଗମ ୨୦୨୪, ପାରମ୍ପରିକ ଆଦିବାସୀ ନାଚରେ ଦୁଲୁକିଲା ମଞ୍ଚ - NRUTYA SANGAM 2024

By ETV Bharat Odisha Team

Published : Dec 1, 2024, 7:18 PM IST

ଭବାନୀପାଟଣା: ପ୍ରଦର୍ଶିତ ହେଲା ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଠାରେ ଆରମ୍ଭ ହୋଇଛି ୨୫ତମ ଜାତୀୟ ପାରମ୍ପରିକ ଓ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ 'ନୃତ୍ୟ ସଂଗମ ୨୦୨୪' । ଏଥିରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଆଦିବାସୀ ଲୋକ ଗୀତ ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଛି । ପ୍ରଥମେ ମା' ମାଣିକେଶ୍ଵରୀଙ୍କ ମନ୍ଦିରରୁ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ପହଞ୍ଚିଥିଲେ । ପରେ ମଞ୍ଚ ପୂଜା ସହ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା ।  ନୃତ୍ୟ ସଙ୍ଗମ ମଞ୍ଚରେ ହୋଇଛି କଳା ସଂସ୍କୃତି ଓ ପରମ୍ପରାର ସଙ୍ଗମ । ଯାହାକୁ ମନ ଭରି ଉପଭୋଗ କରିଛନ୍ତି ଦର୍ଶକ ।
 

କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ସୋନ୍ଦର୍ଯ୍ୟ, ଇତିହାସ ବହୁତ ବିଶାଳ ରହିଛି । ଜିଲ୍ଲାର ବିରବାଦ୍ୟ ଘୁମୁରା ଆଜି ବିଶ୍ୱ ଦରବାରରେ ସ୍ଥାନ ପାଇଛି । କଳା ଓ କଳାରମାନଙ୍କୁ ନେଇ ଚାଲିଥିବା ଏହି ଜାତୀୟ ଉତ୍ସବ 'ନୃତ୍ୟ ସଂଗମ ୨୦୨୪'କୁ ବେଶ ପ୍ରଶଂସା କରିବା ସହ ଜିଲ୍ଲାର କଳା ସଂସ୍କୃତିକୁ ଆଗେଇ ନେବା ପାଇଁ ଏହି ଉତ୍ସବ ଗୋଟିଏ ଧାରା ହୋଇ ପାରିଛି ବୋଲି ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ । ପୁରୀରୁ ଆସିଥିବା କଳାକାରଙ୍କ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ଏହା ପରେ ପରେ ବରଗଡ କଲାଜିବି ଦ୍ଵାରା ଡାଲଖାଇ, ଆସାମର ବିହୁ ନୃତ୍ୟ, ତେଲେଙ୍ଗାନାର ଓଗୁ ଢୋଲୁ ନୃତ୍ୟ ସହ ଅନେକ ସାଂସ୍କୃତିକ ନୃତ୍ୟ ତାଳେ ତାଳେ ଶୀତୁଆ ରାତିରେ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇଥିଲେ ଦର୍ଶକ । ମାଟିର କଳାକାର ନୀଳାଚଳ ପାନଙ୍କ ସମ୍ବଲପୁରୀ ଗୀତ ଦର୍ଶକଙ୍କ ମନ ଛୁଇଁଥିଲା । 

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...କାଲିଠୁ ଦୁଲୁକିବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ

ଏନେଇ ଆସାମରୁ ଆସିଥିବା ବିହୁ କଳାକାର ଝିଲମିଲ ଲିଖା କହିଛନ୍ତି, "ଆମେ ଓଡ଼ିଶାକୁ ପୂର୍ବରୁ ଆସିଛି । କିନ୍ତୁ କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଥର ପାଇଁ ଆସିଛି । ଏଠାରେ ଅନେକ କଳାକାର ଆସିଛନ୍ତି ନିଜର ନୃତ୍ୟୁ ପ୍ରଦର୍ଶିତ କରୁଛନ୍ତି । ଆମେ ମଧ୍ଯ ନୃତ୍ୟୁ ପ୍ରଦର୍ଶିତ କରି ବେଶ୍ ଉତ୍ସାହିତ । ଏଠାକାର ଲୋକ ମଧ୍ୟ ବହୁତ ଭଲ ନିଜ ଅଞ୍ଚଳ ଭଳି ମନେ ହେଉଛି ।" ତେବେ ପ୍ରଥମେ ଦିନରେ ମୁଖ୍ୟ ଅତିଥି ଭାବରେ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କୁଳପତି ନିବେଦିତା ନାଥ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ୍, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ଓ ଅନୁଷ୍ଠାନର ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ୍ ମଞ୍ଚାସିନ ହେଇଥିଲେ । ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନନନ୍ଦ ପଣ୍ଡା ସ୍ଵାଗତ ଭାଷଣ ରଖିଥିଲେ । ଏହି ପରିପେଖିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ କଳାକାରଙ୍କୁ ସମ୍ମାନିତ କରା ଯାଇଥିଲା । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details